• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତୁଟୁନି ଷ୍ଟାର ପରିବାର କଳି । ସମୟ ଗଡ଼ୁଛି ସିନା କିଛି ସମାଧାନର ବାଟ ବାହାରି ପାରୁନାହିଁ । ଆଜି ବି ପାରିବାରିକ ବିବାଦ ମାମଲାରେ କୋର୍ଟରେ ପହଞ୍ଚିଛନ୍ତି ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଉଭୟ ବର୍ତ୍ତମାନ କଟକ ଫ୍ୟାମିଲି କୋର୍ଟରେ ଉପସ୍ଥିତ ଅଛନ୍ତି । ମଧ୍ୟସ୍ଥତା ପାଇଁ ଅନୁଭବ ଓ ବର୍ଷା କୋର୍ଟରେ ପହଞ୍ଚିଥିବା ସୂଚନା ମିଳିଛି ।

ଏହାପୂର୍ବରୁ ସେପ୍ଟେମ୍ବର ୧୪ରେ ପରିବାର ଅଦାଲତରେ ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଆଉ ସେହି ସମୟରେ ଉଭୟ ବର୍ଷା ଏବଂ ଅନୁଭବଙ୍କୁ ନିଜ ଚ୍ୟାମ୍ବରକୁ ପଠାଇ ଦେଇଥିଲେ ଜଜ୍ । କୋର୍ଟରେ ନିଜର ଅନ୍ୟ ସବୁ କାମ ଶେଷ କରିବା ପରେ ସେମାନଙ୍କ ସହ ଜଜ୍‌ ଆଲୋଚନା କରିବେ ବୋଲି ଜଣାପଡ଼ିଥିଲା ।

ଆଉ ଏହାର ଦୁଇ ଦିନ ପରେ ଅର୍ଥାତ୍‌ ସେପ୍ଟେମ୍ବର ୧୬ରେ କୋର୍ଟଙ୍କ ବାରଣ ସତ୍ତ୍ୱେ ସୋସିଆଲ୍ ମିଡିଆରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରଶ୍ନ କରିଥିଲେ ସାଂସଦ ଅନୁଭବ ମହାନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଳିପକୁ ଟ୍ୱିଟରରେ ପୋଷ୍ଟ କରି ଏହା ଉପରେ ତାଙ୍କୁ ଫିଲ୍ମ ଓ ରାଜନୀତି କ୍ଷେତ୍ରର ବହୁ ବ୍ୟକ୍ତି ଅନେକ ପ୍ରଶ୍ନ ପଚାରୁଥିବା ଅନୁଭବ ଦର୍ଶାଇଥିଲେ । ତେଣୁ ଏଥିରେ ଥିବା ସ୍ୱର ବର୍ଷା ଏବଂ ତାଙ୍କ ଭଉଣୀଙ୍କର କି ନାଇଁ ତାହା ସ୍ପଷ୍ଟ କରନ୍ତୁ ବୋଲି ଅନୁଭବ ଲେଖିଥିଲେ ।