• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଲୋକେ ସାଧାରଣତଃ ଚୋରମାନଙ୍କଠାରୁ ନିଜ ସୁନାଗହଣାକୁ ସୁରକ୍ଷିତ ରଖିଥାନ୍ତି । ହେଲେ କେବେ ଭାବିଛନ୍ତି କି ବିନା କୌଣସି ଚୋର ଥାଇ ମଧ୍ୟ ଜିନିଷ ଚୋରି ହୋଇପାରିବ । ଠିକ୍ ଏହିପରି ସମାନ୍ ଘଟଣା ଦେଖିବାକୁ ମିଳିଛି ଯେଉଁଠି କୌଣସି ଚୋର ବିନା ହିଁ ଚୋରି ହେଉଛି ସୁନା ଚେନ୍‌ । ଏଠାରେ ଆପଣମାନେ ଭାବୁଥିବେ କି ଚୋରଙ୍କ ଅନୁପସ୍ଥିତିରେ ବି କିପରି ଚୋରି ହୋଇପାରିବ ? ତେବେ କହିରଖୁଛୁ ଏହି ଚୋରି କେଉଁ ମଣିଷ କରୁନାହିଁ ବରଂ ଜନ୍ଦା କରୁଛନ୍ତି । ଏହି ଆଶ୍ଚର୍ଯ୍ୟଜନକ ବିଷୟ ଜାଣି ହୁଏତ ଆପଣଙ୍କର ହୋସ୍ ଉଡ଼ିବା ସହ ଆପଣ ଭାବୁଥିବେ ସାଧାରଣ ଏକ ନିରୀହ ଜନ୍ଦା କିପରି ଭାବେ ଚୋରି କରିପାରିବ ? ତେବେ ଆସନ୍ତୁ ଜାଣିବା ପୁରା ମାମଲା କ’ଣ....

ଏବେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ୍‌ ହେଉଛି । ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭାଇରାଲ୍ ଭିଡିଓରେ ଜନ୍ଦା ଦଳ ଏକ ସୁନା ଚେନ୍ ନେଇଥିବାର ନଜର ଆସିଛନ୍ତି । ଏହା କେବଳ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି ତାହା ନୁହେଁ ଭିଡ଼ିଓଟିକୁ ଦେଖି ଆପଣ ବି ହସି ହସି ବେଦମ୍ ହୋଇଯିବେ ।

ଦେଖନ୍ତୁ ସେହି ଭିଡ଼ିଓ :-

ପିମ୍ପୁଡ଼ି ଗୋଷ୍ଠୀରେ କାମ କରିବା ଜଣାଶୁଣା କିନ୍ତୁ ଏହି କ୍ଲିପ୍ ଏକତ୍ର ରହିବାର ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ଏକତା ମଧ୍ୟରେ ଶକ୍ତି କିପରି ଅଛି ତାହା ଏଠାରେ ଦେଖିବାକୁ ମିଳିଛି । ଏହି କ୍ଲିପ୍ ସୋସିଆଲ ମିଡିଆ ଶେୟାର କରାଯାଇଥିବାବେଳେ ଏଥିରେ ଅନେକ ୟୁଜର୍ସ କମେଣ୍ଟ ଓ ଲାଇକ୍ ଦେଇଛନ୍ତି ।