Advertisment

କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ: ଆଉ ଜଣଙ୍କ ଜୀବନ ଗଲା

କାଶୀପୁରରେ ଥମୁନି ହଇଜା ମୃତ୍ୟୁ.. ଡୁଡୁକାବାହାଲରେ ପଞ୍ଚାୟତରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Another patient succumbs in Dengaguda under Kashipur taking the death toll to 8

Another patient succumbs in Dengaguda under Kashipur taking the death toll to 8

କାଶୀପୁରରେ ହଇଜାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଡୁଡୁକାବାହାଲ ପଞ୍ଚାୟତ ଡେଙ୍ଗାଗୁଡ଼ା ଗାଁରହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ହଇଜାରେ ମୋଟ୍ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ଟପିଛି । ତେବେ ଏବେ ମଧ୍ୟ ୩ଟି ହସ୍ପିଟାଲରେ ୪୮ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାର ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ସେପଟେ ପାନୀୟ ଜଳ ଦ୍ୱାରା କାଶୀପୁର ଅଞ୍ଚଳରେ ହଇଜା ବ୍ୟାପିବା ସ୍ପଷ୍ଟ ହେବାପରେ, ଏବେ ପାନୀୟ ଜଳ ଯୋଗାଉଛି ପ୍ରଶାସନ ମାତ୍ର ପାନୀୟ ଜଳ ଯୋଗାଣ ପଯର୍ୟାପ୍ତ ନୁହେଁ, ଏବେବି ଅନେକ ଗାଁ ବାସିନ୍ଦା ଝରଣାରୁ ପିଇବା ପାଣି ସଂଗ୍ରହ କରୁଛନ୍ତି । ସେହିପରି ଅନେକ ସ୍ଥାନରେ ଜଳ ଯୋଗାଣ ପାଇପ୍ ଫାଟି ଦୂଷିତ ପାଣି ମିଶୁଛି ।

ସେପଟେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ବି ଝାଡ଼ାବାନ୍ତି ଆତଙ୍କ । ଆଜି ଏଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି । ମୃତକ ହଲେ ୪୦ ବର୍ଷୀୟ ଡମୁଣୀ ଜାନୀ । ତାଙ୍କୁ ପ୍ରଥମେ ଦଶମନ୍ତପୁର ମେଡିକାଲ ଓ ପରେ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଝାଡ଼ାବାନ୍ତି ବ୍ୟାପିବା ପରେ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ପହଞ୍ଚି ଅନ୍ୟ ଆକ୍ରାନ୍ତମାନଙ୍କୁ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି ।

Advertisment
Rayagada Cholera Death
Advertisment
Advertisment