• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣା । ଜଣେ ମୃତ, ଆଉ ଜଣେ ଗୁରୁତର । ସିପିପି ଓ୍ୱାନ୍‌ରେ ପ୍ଲେଟ ଖସି ଜଣେ ମୃତ, ଆଉ ଜଣେ ଗୁରୁତର । ଉଭୟ ମୃତାହତ ଠିକା କର୍ମଚାରୀ ବୋଲି ସୂଚନା ମିଳିଛି । ଆହତ ଆଇଜିଏଚ୍‌ରେ ଭର୍ତ୍ତି । ମୃତକଙ୍କ ନାଁ ଅମର ପଣ୍ଡା ଓ ଆହତଙ୍କ ନାଁ ସୁଶୀଲ କୁମାର ଦେବ ବୋଲି ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସେମାନେ ଗୋମତି କନ୍‌ଷ୍ଟ୍ରକ୍ସନ ଜରିଆରେ ଏଠାରେ କାମ କରୁଥିଲେ ।

ସୂଚନାଯୋଗ୍ୟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବାରମ୍ବାର ଛୋଟବଡ଼ ଦୁର୍ଘଟଣା ଘଟୁଛି । ଏଥିରେ ବିଶେଷ କରି ଠିକା କର୍ମଚାରୀମାନଙ୍କର ହିଁ କ୍ଷତି ହେଉଛି। ସେମାନଙ୍କ ଜୀବନ ଯାଉଛି ନହେଲେ ଆହତ ହେଉଛନ୍ତି। ଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ଏ ଦିଗରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଠୋସ୍ ପଦକ୍ଷେପ ନେବା ଉଚିତ୍ ବୋଲି ସାଧାରଣରେ ଦାବି ହୋଇଛି।