/odishatv-khabar/media/post_attachments/uploadimage/library/16_9/16_9_0/s_1664183691.jpg)
Anjana Mishra Big Statement On Her Biography Web Series
ସ୍ଥାନୀୟ ଏକ ଓଟିଟି ପ୍ଲାଟଫର୍ମରେ ନିର୍ମାଣ ହେଉଥିବା ୱେବ୍ ସିରିଜ୍ ବିରୋଧରେ ବହୁ ଚର୍ଚ୍ଚିିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ର ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଜାଣତରେ ତାଙ୍କ ଜୀବନ କାହାଣୀ ଉପରେ ଏହା ତିଆରି ହେଉଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ସେ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି।
ୱେବ୍ ସିରିଜ୍ ର୍ନିମାଣକାରୀ ସଂସ୍ଥା ନା ଅଞ୍ଜନାଙ୍କ ସହ କଥା ହୋଇଛନ୍ତି ନା ତାଙ୍କର ଅନୁମତି ନେଇଛନ୍ତି। ତାଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣକାରୀ ସଂସ୍ଥା ୱେବ୍ ସିରିଜ୍ ତିଆରି କରୁଥିବା ସମ୍ପର୍କରେ ସେ ଖବରକାଗଜରୁ ଜାଣିବା ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ର୍ନିମାଣ କରାଯାଉଥିବା ୱେବ୍ ସିରିଜ୍ ତୁରନ୍ତ ବନ୍ଦ ନକଲେ ଆଇନର ଆଶ୍ରୟ ନେବି ବୋଲି ମିଡିଆ ଜରିଆରେ ଜଣାଉଛି ବୋଲି ଅଞ୍ଜନା କହିଛନ୍ତି।
ଘଟଣାକୁ ନେଇ ଅଞ୍ଜନା ମିଶ୍ର କହିଛନ୍ତି, ‘ଗଣମାଧ୍ୟମରୁ ଏସବୁ ଜାଣିଲି। ମୋ ସହ କେହି କଥା ହୋଇ ନାହାନ୍ତି। ମନ ଇଚ୍ଛା ଏସବୁ କରୁଛନ୍ତି। ମୋ ଅନୁମତି ନେଇ ନାହାନ୍ତି।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)