/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657251350.jpg)
Animal Bridges In Odisha
ଅନେକ ସମୟରେ ରାସ୍ତା ପାର୍ ହେବା ସମୟରେ ନିରୀହ ଜୀବଜନ୍ତୁଙ୍କ ଜୀବନ ଯାଇଥାଏ । ରାସ୍ତାରେ ଯାଉଥିବାବେଳେ ଟ୍ରକ୍ ବସ୍ ଭଳି ବଡ଼ ବଡ଼ ଗାଡି ଚକ ତଳେ ଚାପି ହୋଇ ଏହି ନିରୀହ ପ୍ରାଣୀମାନେ ପ୍ରାଣ ହରାଇଥାନ୍ତି । ତେବେ ଜଙ୍ଗଲୀ ଜୀବଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ କୋଇଡ଼ା ବନବିଭାଗ ପକ୍ଷରୁ ଏକ ନୂଆ ଯୋଜନା କରାଯାଇଛି । ଯାହା ଦ୍ୱାରା ଜଙ୍ଗଲୀ ପଶୁଙ୍କ ଜୀବନ ରକ୍ଷା ହୋଇପାରିବ । ଏଥିପାଇଁ କୋଇଡ଼ା ଜଙ୍ଗଲରେ ତିଆରି ହୋଇଛି କାନୋପି ବ୍ରିଜ୍ ।
ଜଙ୍ଗଲରେ ରହୁଥିବା ପଶୁଙ୍କ ପାଇଁ ତିଆରି ହୋଇଛି ସେତୁ(କାନୋପି ବ୍ରିଜ୍) । ଶୁଣିବାକୁ ଟିକିଏ ନୂଆ ନୂଆ ଲାଗୁଛି ନା ? ଯାନବାହନ ଚଳାଚଳ କରୁଥିବା ରାସ୍ତାରେ ଗୋଟିଏ ଏଗଛରୁ ଅନ୍ୟ ଗଛକୁ ସଂଯୋଗ କରୁଥିବା ଏହି କାନୋପି ବ୍ରିଜ୍କୁ ବନ ବିଭାଗ ତିଆରି କରିଛନ୍ତି । ଏହା ଦ୍ୱାରା ନିରୀହ ଜନ୍ତୁଙ୍କ ଜୀବନରକ୍ଷା ହୋଇପାରିବ ବୋଲି ଆଶା କରାଯାଉଛି ।
ଖଣି ଖାଦାନା ଭରା କୋଇଡ଼ା ଅଞ୍ଚଳରେ ପ୍ରତିଦିନ ଶହ ଶହ ଟ୍ରକ୍ ଯାଆସ କରେ । ତେଣୁ ରାସ୍ତା ପାର ହେବାକୁ ମାଙ୍କଡ଼, ଗୁଣ୍ଡୁଚି ସମେତ ଅନେକ ସରୀସୃପ ପ୍ରତିଦିନ ଅନେକ ପଶୁଙ୍କ ଜୀବନ ବି ଯାଏ । ତେଣୁ ଏହାକୁ ନଜରରେ ରଖି ଏହି କାନୋପି ବ୍ରିଜ୍ ତିଆରି ହୋଇଛି । ଯାହା ଫଳରେ ଏଣିକି ଆଉ ରାସ୍ତା ପାର ହେବାକୁ ଜଙ୍ଗଲରେ ରହୁଥିବା ଜୀବଜନ୍ତୁଙ୍କୁ କୌଣସି ସମସ୍ୟା ହେବନି । ପ୍ରାଥମିକ ପର୍ଯ୍ୟାୟରେ SAIL ଓ ବନ ବିଭାଗ ସହାୟତାରେ ୨ଟି ବ୍ରିଜ୍ ଲଗାଯାଇଥିବା ବେଳେ ଜଙ୍ଗଲରେ ଆହୁରି ଏପରି ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)