Advertisment

ଥମୁନି ଆନ୍ଧ୍ରର ଦାଦାଗିରି: ଓଡ଼ିଶାର ଜଙ୍ଗଲ ଜମିରେ ଆନ୍ଧ୍ର କରିଛି କାଜୁ ଚାଷ

ଆନ୍ଧ୍ର ନଜରରେ କୋରାପୁଟ ବନ୍ଧୁଗାଁ ସୀମାନ୍ତ ଅଞ୍ଚଳ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Andhra does cashew farming in forest land of Rebatiguda in Koraput

Andhra does cashew farming in forest land of Rebatiguda in Koraput

ଥମୁନି ଆନ୍ଧ୍ରର ଦାଦାଗିରି ।  କୋଟିଆ ପରେ ଏବେ ରେବତୀ ଗୁଡାରେ ଆନ୍ଧ୍ରର ନଜର । ଓଡ଼ିଶା ସୀମାରେ ଆନ୍ଧ୍ରର କାଜୁ ଜଙ୍ଗଲ ଅନୁପ୍ରବେଶ କରି ଏକର ଏକର ଜମିରେ ଗଛ ଲଗାଇଛନ୍ତି ଆନ୍ଧ୍ର ସରକାର । ଏଭଳି ଘଟଣା ଘଟିଛି ଆନ୍ଧ୍ର ସୀମାନ୍ତ କୋରାପୁଟ ବନ୍ଧୁଗାଁ କପାଲୋଡ଼ା ପଞ୍ଚାୟତର ରେବତୀଗୁଡ଼ା ଗାଁରେ । ଏହି ଗାଁକୁ ଲାଗି ଥିବା ଜଙ୍ଗଲ ବିଭାଗର ସଂରକ୍ଷିତ ଜମିକୁ ନିଜ ଅକ୍ତିଆରକୁ ନେଇ ପ୍ରାୟ ୧୦ ବର୍ଷ ହେବ ଆନ୍ଧ୍ର ଏହି କାଜୁ ଚାଷ କରୁଛି । ମାତ୍ର ଏଥିପ୍ରତି ସତେ ଯେମିତି ଓଡ଼ିଶା ସରକାରଙ୍କର ନିଘା ନାହିଁ ।

Advertisment

କେବଳ ଏତିକି ନୁହେଁ, ଜଙ୍ଗଲ ବିଭାଗ ମଧ୍ୟ ସଂରକ୍ଷିତ ଜଙ୍ଗଲ କହି ଜମିରେ ଗଛ ଲଗାଉଥିବାରୁ ସ୍ଥାନୀୟ ବାସିନ୍ଦା ମାନେ ଚାଷ ବାସ କରିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରାୟ ୩୦ ବର୍ଷ ଧରି ଗାଁରେ ବସବାସ କରିବା ପରେ ବି ଓଡ଼ିଶା ସରକାରଙ୍କ ପକ୍ଷରୁ ସେମାନଙ୍କୁ ଜମି ପଟ୍ଟା ମିଳିନଥିବା ମଧ୍ୟ ଅଭିଯୋଗ ହୋଇଛି ।

ଆଦିବାସୀ ହୋଇ ବି ମିଳିନି ଜାତିଗତ ପ୍ରମାଣ ପତ୍ର ଖଣ୍ଡିଏ ଜମି କ ଜଙ୍ଗଲ ଜମି ପଟ୍ଟା ବି ନାହିଁ । ଫଳରେ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କଲେ ବି ତାହା ମିଳିପାରୁନାହିଁ । ଯାହା ଦ୍ୱାରା କାପଲୋଡ଼ା ବାସିନ୍ଦା ନାନା ଅସୁବିଧାରେ ଅଛନ୍ତି । ଆଗକୁ ସରକାର ସମସ୍ୟାର ସମାଧାନ ନକଲେ ଆନ୍ଧ୍ରରେ ମିଶିବା ପାଇଁ ଏମାନେ ଖୋଲା ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏ ସମସ୍ୟା ନେଇ ଜଙ୍ଗଲ ବିଭାଗର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଗ୍ରାମବାସୀଙ୍କ ଜାତିଗତ ପ୍ରମାଣପତ୍ର ପାଇଁ ଚେଷ୍ଟା କରାଯାଉଥିବା ବନ୍ଧୁଗାଁ ତହସିଲଦାର କହିଛନ୍ତି ।

Advertisment
Andhra Pradesh Cashew Farming Rebatiguda
Advertisment
Advertisment