Advertisment

ଅଜବ ସିଡ଼ି ! କେବେ ବି ଦେଖିନଥିବେ...

ସିଡ଼ି ଅଛି ହେଲେ ଦୃଶ୍ୟମାନ ନୁହେଁ ! ଆଗରୁ କେବେ ଦେଖିନଥିବେ ଏହିପରି ଅଜବ ସିଡ଼ି..

author-image
Otv Khabar Bureau
ଅଦ୍ୟତନ ହୋଇଛି
anand Mahindra on social media shares jugaad video of invisible staircase trending on internet

anand Mahindra on social media shares jugaad video of invisible staircase trending on internet

ପ୍ରତିଦିନ ଇଣ୍ଟରନେଟ୍‌ରେ ଅନେକ ପୋଷ୍ଟ ଶେୟାର କରାଯାଇଥାଏ । ଏହି ଭିଡ଼ିଓ ଗୁଡ଼ିକ ମଧ୍ୟରେ ଅନେକ ଅଜବ-ଗଜବ ଭିଡ଼ିଓ ମଧ୍ୟ ରହିଥାଏ । ଯାହାକୁ ଦେଖି ୟୁଜର୍ସମାନେ ଆଶ୍ଚର୍ଯ୍ୟ ହୋଇଥାନ୍ତି । ଠିକ୍‌ ଏହିପରି ଏକ ଭିଡ଼ିଓ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି । ଯାହା ଦେଖିଲେ ହୁଏତ ଆପଣ ବି ବିଶ୍ୱାସ କରିପାରିବେ ନାହିଁ ।

Advertisment

ସିଡ଼ି ଅଛି ହେଲେ ଏହା ଦୃଶ୍ୟମାନ ନୁହେଁ !

ଆନନ୍ଦ ମହିନ୍ଦ୍ରା ଶେୟାର କରିଥିବା ଭିଡ଼ିଓରେ ସିଡ଼ି ଅଛି ହେଲେ କାନ୍ଥରେ ଲାଗିରହିଥିବାରୁ ଏହା ସିଡ଼ି ନୁହେଁ ବରଂ ଏକ ଡିଜାଇନ୍‌ ସାଦୃଶ୍ୟ ଜଣାପଡୁଛି । ଏବେ ଆପଣ ଭାବୁଥିବେ ଏଠାରେ କୌଣସି ସିଡ଼ି ନାହିଁ ଯଦି କେହି ଏହାକୁ ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ସେମାନେ କିପରି କରିବେ? ତେବେ ଯଦି ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଆସିଛି, ତେବେ ଦ୍ୱନ୍ଦ୍ୱରେ ନ ପଡି ପ୍ରଥମେ ଏହି ଭାଇରାଲ୍ ଭିଡିଓଟିକୁ ଦେଖନ୍ତୁ :-

Advertisment

ଅଜବ ସିଡ଼ି :-

ଆନନ୍ଦ ମହିନ୍ଦ୍ରା ଭିଡିଓ ସେୟାର କରି କ୍ୟାପସନରେ ‘ଅସାଧାରଣ’ ବୋଲି ଲେଖିଛନ୍ତି । ଏହାସହ ସେ ଲେଖିଛନ୍ତି ଯେ,‘ଏତେ ସରଳ କିନ୍ତୁ ସୃଜନଶୀଳ । କମ୍‌ ସ୍ପେସ୍ ନେବା ସହ ଏହା ବାସ୍ତବରେ କାନ୍ଥରେ ଏକ ଆଖିଦୃଶିଆ ଜିନିଷ ସାଦୃଶ୍ୟ । ସ୍କାଣ୍ଡିନାଭିଆନ୍ ଡିଜାଇନର୍ମାନେ(Scandinavian Designers) ଏଥିରୁ ଇର୍ଷା କରିବା ଉଚିତ୍ !! (ଏହା କେଉଁଠାରୁ ଆସିଛି ଜାଣାନାହିଁ ମୋତେ ହ୍ୱାଟ୍ସଆପ୍‌ ଇନ୍‌ବକ୍ସରେ ଆସିଥିଲା)’ । ଲୋକମାନେ ମଧ୍ୟ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓଟିକୁ ହଜାର ହଜାର ଲୋକ ଦେଖିସାରିଲେଣି । କେବଳ ଏତିକି ନୁହେଁ ମାତ୍ର ୫୪ ସେକେଣ୍ଡର ଏହି ଭିଡିଓରେ ୪୬ ହଜାରରୁ ଅଧିକ ଲାଇକ୍ ଏବଂ ୫ ହଜାରରୁ ଅଧିକ ରିଟ୍ୱିଟ ହୋଇଛି । ଏହାସହ ଅନେକ ୟୁଜର୍ସ ଏଥିରେ କମେଣ୍ଟ ମଧ୍ୟ ଦେଇଛନ୍ତି ।

Trending Jugaad Video
Advertisment
Advertisment