Advertisment

‘ଆମକୁ ଉଦ୍ଧାର କରନ୍ତୁ, ୨ ଦିନ ହେଲା ଭଲରେ କିଛି ଖାଇନୁ’

ଅମରନାଥରେ ଶନିବାର ସନ୍ଧ୍ୟାରେ ବାଦଲ ଫଟା ବର୍ଷା ଯୋଗୁ ଶତାଧିକ ଶ୍ରଦ୍ଧାଳୁ ଫସି ରହିଛନ୍ତି। ଗୁମ୍ଫା ଓ ପାର୍ବତ୍ୟ ଅଞ୍ଚଳରେ ଫସି ରହିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ରାୟଗଡ଼ାର ୫ ଜଣ ଅଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Amarnath Yatra Tragedy: 5 From Rayagada Stranded

Amarnath Yatra Tragedy: 5 From Rayagada Stranded

ଜମ୍ମୁ ଓ କାଶ୍ମୀରର ଅମରନାଥରେ ଶନିବାର ସନ୍ଧ୍ୟାରେ ବାଦଲ ଫଟା ବର୍ଷା ଯୋଗୁ ଶତାଧିକ ଶ୍ରଦ୍ଧାଳୁ ଫସି ରହିଛନ୍ତି। ଗୁମ୍ଫା ଓ ପାର୍ବତ୍ୟ ଅଞ୍ଚଳରେ ଫସି ରହିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ରାୟଗଡ଼ାର ୫ ଜଣ ଅଛନ୍ତି। ସେମାନେ ହେଲେ ବସନ୍ତ ସେନାପତି, ସୌମ୍ୟୟରଞ୍ଜନ ପାତ୍ର, ନିହାର ରଞ୍ଜନ ପାତ୍ର, କେ. ରବି କୁମାର ଓ ଟୁକୁନା ପ୍ରଧାନ। 

Advertisment

ସୂଚନା ଅନୁସାରେ, ରାୟଗଡ଼ାର ଏହି ୫ ଜଣ ବ୍ୟକ୍ତି ଜୁଲାଇ ୧ ତାରିଖରେ ରାୟଗଡ଼ାରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ୬ ତାରିଖରେ ଦର୍ଶନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଭିଡ଼ ଯୋଗୁ ୭ ତାରିଖରେ ଦର୍ଶନ ପାଇଁ ଅନୁମତି ମିଳିଥିଲା। ୭ ତାରିଖରୁ ଯାତ୍ରା ଆରମ୍ଭ କରି ୮ ତାରିଖ ସନ୍ଧ୍ୟା ୫ଟାରେ ଏମାନେ ଅମରନାଥଙ୍କ ଦର୍ଶନ ସାରିଥିଲେ। ଦର୍ଶନ ସାରି ଅସ୍ଥାୟୀ କ୍ୟାମ୍ପକୁ ଆସିବା କ୍ଷଣି ଆରମ୍ଭ ହୋଇଥିଲା ବର୍ଷା। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ହଠାତ୍  ପାଣି ମାଡ଼ି ଆସି ଗୁମ୍ଫା ନିକଟରେ ଥିବା ଶହ ଶହ ଅସ୍ଥାୟୀ ଟେଣ୍ଟ୍ ସହ ବହୁ ଶ୍ରଦ୍ଧାଳୁଙ୍କୁ ଭସାଇ ନେଇଥିଲା।

ଅତଡ଼ା ଖସିବା କାରଣରୁ କିଛି ଶ୍ରଦ୍ଧାଳୁ ମାଟି ତଳେ ଫସି ରହିଥିଲେ। ସତର୍କତାର ସହ ରାୟଗଡ଼ାର ୫ ଶ୍ରଦ୍ଧାଳୁ ଅସ୍ଥାୟୀ କ୍ୟାମ୍ପରୁ ଚାଲି ଚାଲି ଆସି ରାତି ୩ଟାରେ ପଞ୍ଚତରଣୀରେ ପହଞ୍ଚି ଥିଲେ। ସେଠାରେ ବିଶ୍ରାମ ପରେ ସକାଳୁ ପୁଣି ଚାଲିବା ଆରମ୍ଭ କରି ୧୮ ହଜାର ଫୁଟ୍ ଉଚ୍ଚରେ ଥିବା ବାଲତାଲ୍ ଅଭିମୁଖେ ଯାତ୍ରା କରିଛନ୍ତି। ବାଲତାଲରେ ପହଞ୍ଚିବା ପରେ ଜମ୍ମୁ ଅଭିମୁଖେ ଯାତ୍ରା କରିବେ ବୋଲି ବସନ୍ତ ସେନାପତି କହିଛନ୍ତି। ତେବେ ଦୁଇ ଦିନ ହେଲା ଭଲ ଭାବରେ କିଛି ଖାଇନଥିବା ଏବଂ ବର୍ଷା ଜଳରେ ସମସ୍ତ ଶ୍ରଦ୍ଧାଳୁଙ୍କ ସାମଗ୍ରୀ ଓ ବ୍ୟାଗ୍ ଭାସି ଯାଇଥିବାରୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ମୋବାଇଲରେ ଭିଡ଼ିଓ ଜାରି କରି ଓଡ଼ିଶା ସରକାର, ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ସେମାନେ ନିବେଦନ କରିଛନ୍ତି।

Advertisment

ସହାୟତା ପାଇଁ ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ହେଲ୍‌ପ୍‌ ଲାଇନ୍ ନମ୍ବର ମଧ୍ୟ କେହି ଉଠାଉ ନଥିବା ଶ୍ରଦ୍ଧାଳୁ କହିଛନ୍ତି। ପାଖରେ ନଗଦ ଟଙ୍କା କିଛିନଥିବା ବେଳେ ରାସ୍ତାରେ ଥିବା ଦୋକାନୀ ଫୋନ୍ ପେ’ କିମ୍ବା ଗୁଗୁଲ୍ ପେ’ ପେମେଣ୍ଟ ମନା କରୁଛନ୍ତି। ରାୟଗଡ଼ା ସମେତ ଓଡ଼ିଶାର ଅନ୍ୟ ଜିଲ୍ଲାରୁ ମଧ୍ୟ ଶ୍ରଦ୍ଧାଳୁ ଫସି ରହିଥିବାରୁ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

Amarnath Yatra Amarnath Tragedy Amarnath Cloudburst Amarnath Yatra Tragedy
Advertisment
Advertisment