Advertisment

ଟ୍ୟୁସନ୍‌ ସାରଙ୍କ କଳା କାରନାମା ! ଦୁଇ ଛାତ୍ରୀଙ୍କୁ ଫୁସୁଲାଇ ଫେରାର ମାରିଲେ

ପାଠ ପଢ଼ାଇବାକୁ ଆସୁଥିଲେ । ଆଉ ଏବେ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ଫେରାର୍‌ ମାରିଛନ୍ତି ଟ୍ୟୁସନ୍ ସାର୍ ।

author-image
Prangyan Parimita
ଅଦ୍ୟତନ ହୋଇଛି
tuition teacher

tuition teacher

ଭୁବନେଶ୍ୱର : ଗୁରୁ-ଶିକ୍ଷକ ସମ୍ପର୍କରେ କଳଙ୍କ । ଟ୍ୟୁସନ୍ ଟିଚରଙ୍କ ନାଁରେ ସାଘାଂତିକ ଅଭିଯୋଗ । ଦୁଇ ନାବାଳିକା ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ଚାଞ୍ଚଲ୍ୟକର ଅଭିଯୋଗ ଆସିଛି । ରାଜଧାନୀ ଭୁବନେଶ୍ୱରରେ ଏପରି ଘଟଣା ଘଟିଛି । ବଡ଼ଗଡ଼ ଥାନାରେ ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଜି ଥାନାକୁ ଅଭିଭାବକ ଓ ବହୁ ମହିଳା ଆସି ଅଭିଯୋଗ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Advertisment

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୋପାଳକୃଷ୍ଣ ବାଡ଼ତିୟା ନାମକ ଜଣେ ବ୍ୟକ୍ତି ନାବାଳିକା ଦୁଇ ଛାତ୍ରୀଙ୍କ ଘରକୁ ଟ୍ୟୁସନ୍ କରିବାକୁ ଯାଉଥିଲେ । ହେଲେ ଅଧିକ ସମୟ ଟ୍ୟୁସନରେ ଦେଉଥିବାରୁ ଅଭିଭାବକଙ୍କ ସନ୍ଦେହ ବଢ଼ିଥିଲା । ନିଜ ଘରେ ନରହି ହୋମ୍ ଟ୍ୟୁସନରେ କାହିଁକି ଏତେ ସମୟ ରହୁଛନ୍ତି କହି ଅଭିଭାବକ ଆପତ୍ତି ଉଠାଇଥିଲେ । ଏହାକୁ ନେଇ ଟ୍ୟୁସନ୍ ସାର୍ ନିଜ ଭୁଲ ହୃଦୟଙ୍ଗମ କ’ଣ କରିବେ ଓଲଟି ରାଗି ଯାଇ ଧମକ ବି ଦେଇଥିଲେ ।

ହେଲେ ଗତ ରବିବାର ଦିନ ଏସବୁର ସୀମା ଟପିଥିଲା । ଅଭିଭାବକଙ୍କ କିଛି ସମୟର ଅନୁପସ୍ଥିତର ସୁଯୋଗ ନେଇ ଦୁଇ ଝିଅଙ୍କୁ ଧରି ଚମ୍ପଟ୍ ମାରିଛନ୍ତି ଟ୍ୟୁସନ ସାର ବୋଲି ଥାନାରେ ଏତଲା ହୋଇଛି । ଦୁଇ ଜଣ ଛାତ୍ରୀଙ୍କ ଏକ ହାତ ଲେଖା ମଧ୍ୟ ସେମାନଙ୍କ ରୁମରୁ ମିଳିଛି । ଯେଉଁଥିରେ ସେମାନେ ୮ ଦିନ ପରେ ଫେରିବେ ବୋଲି ଉଲ୍ଲେଖ ରହିଛି ।

Advertisment
Kidnapping
Advertisment
Advertisment