/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678812302.jpg)
Twin City Police Commisioner
୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ନିଷ୍ପତ୍ତିରେ ଓଡ଼ିଶା ଡ୍ରାଇଭର ସଂଘ ଅଟଳ ଥିବା ବେଳେ କାଲି ଗାଡ଼ି ଚଳାଚଳ ନେଇ ସାଧାରଣରେ ଦ୍ୱନ୍ଦ୍ୱ ରହିଛି । କାଲିଠୁ ରାଜ୍ୟବ୍ୟାପୀ ହଳଦିଆ ନମ୍ବରପ୍ଲେଟ୍ ଗାଡ଼ି ରୋକିବାକୁ ଡ୍ରାଇଭର ସଂଘ ଆହ୍ୱାନ ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଲୋକେ କିଭଳି ଅସୁବିଧାର ସମ୍ମୁଖୀନ ନହେବେ ସେଥିଲାଗି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପୋଲିସ କମିଶନର।
ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଯଦି କେହି ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ୧୧୨କୁ କଲ୍ କରିବା ଲାଗି ପୋଲିସ କମିଶନର ସୂଚନା ଦେଇଛନ୍ତି । ଅନ୍ୟପଟେ ସମସ୍ୟାର ସମାଧାନ ପାଇଁ ଆଶ୍ୱାସନା
ଦେଇଛନ୍ତି ପରିବହନ ମନ୍ତ୍ରୀ ।
ସେପଟେ ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ । ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇପାରେ ଯାନବାହନ ସେବା । ଠପ୍ ହୋଇପାରେ ହଳଦିଆ ନମ୍ବରପ୍ଲେଟ ଥିବା ଗାଡ଼ି ଚଳାଚଳ । କାରଣ ୧୦ ଦଫା ଦାବି ନେଇ ଆସନ୍ତାକାଲି ରାଜ୍ୟବ୍ୟାପି ଷ୍ଟିୟରିଂ ଛାଡ ଆନ୍ଦୋଳନର ଡାକରା ଦେଇଛି ଓଡିଶା ଡ୍ରାଇଭର ମହାସଂଘ । ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନ୍ସନ୍, ସଡକ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)