Advertisment

'ରାସ୍ତାରେ କାଲି ଗାଡ଼ି ଅଟକାଇଲେ, ୧୧୨କୁ କଲ୍‌ କରନ୍ତୁ'

ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।

author-image
Manoranjan Behera
ଅଦ୍ୟତନ ହୋଇଛି
Twin City Police Commisioner

Twin City Police Commisioner

୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ନିଷ୍ପତ୍ତିରେ ଓଡ଼ିଶା ଡ୍ରାଇଭର ସଂଘ ଅଟଳ ଥିବା ବେଳେ କାଲି ଗାଡ଼ି ଚଳାଚଳ ନେଇ ସାଧାରଣରେ ଦ୍ୱନ୍ଦ୍ୱ ରହିଛି । କାଲିଠୁ ରାଜ୍ୟବ୍ୟାପୀ ହଳଦିଆ ନମ୍ବରପ୍ଲେଟ୍ ଗାଡ଼ି ରୋକିବାକୁ ଡ୍ରାଇଭର ସଂଘ ଆହ୍ୱାନ ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଲୋକେ କିଭଳି ଅସୁବିଧାର ସମ୍ମୁଖୀନ ନହେବେ ସେଥିଲାଗି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପୋଲିସ କମିଶନର।

Advertisment

ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଯଦି କେହି ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ୧୧୨କୁ କଲ୍ କରିବା ଲାଗି ପୋଲିସ କମିଶନର ସୂଚନା ଦେଇଛନ୍ତି । ଅନ୍ୟପଟେ ସମସ୍ୟାର ସମାଧାନ ପାଇଁ ଆଶ୍ୱାସନା
ଦେଇଛନ୍ତି ପରିବହନ ମନ୍ତ୍ରୀ ।

ସେପଟେ ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ । ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇପାରେ ଯାନବାହନ ସେବା । ଠପ୍ ହୋଇପାରେ ହଳଦିଆ ନମ୍ବରପ୍ଲେଟ ଥିବା ଗାଡ଼ି ଚଳାଚଳ । କାରଣ ୧୦ ଦଫା ଦାବି ନେଇ ଆସନ୍ତାକାଲି ରାଜ୍ୟବ୍ୟାପି ଷ୍ଟିୟରିଂ ଛାଡ ଆନ୍ଦୋଳନର ଡାକରା ଦେଇଛି ଓଡିଶା ଡ୍ରାଇଭର ମହାସଂଘ । ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନ୍‌ସନ୍, ସଡକ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ ।

Advertisment
Protests Odisha Bus Driver Twin City Police Commissioner
Advertisment
Advertisment