Advertisment

ମଣିଷ କାହିଁକି ପିଉଛି ମଦ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମଦ୍ୟପାନ ଅନେକ ମଣିଷଙ୍କ ନିତି ଦିନିଆ ଅଭ୍ୟାସ ହୋଇଯାଇଛି। ଅନେକ ମଣିଷ ଅଛନ୍ତି ମଦ୍ୟପାନ ନ କଲେ ରହିପାରନ୍ତି ନାହିଁ। ତେବେ ମଣିଷର ଏହି ଅଭ୍ୟାସ କାହିଁକି ହେଲା ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Alcohol addiction know scientist shocking reasons

Alcohol addiction know scientist shocking reasons

ବର୍ତ୍ତମାନ ଅନେକ ମଦର ଜାଲରେ। ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ବିନା ମଦରେ ବି ରହି ପାରନ୍ତି ନାହିଁ। ମଦ୍ୟପାନ ଦେହ ପାଇଁ ହାନିକାରକ ଏହା କିଏ ବା ନ ଜାଣେ! ଏହା ଜାଣି ମଧ୍ୟ ସେମାନେ ମଦ୍ୟ ପାନ କରନ୍ତି। ଅନେକ ଲୋକ ତ ମଦ୍ୟ ପାନ କରି ବେକାବୁ ହୋଇଯାଆନ୍ତି ଆଉ ରାସ୍ତାଘାଟରେ ହଙ୍ଗାମା କରନ୍ତି। କେତେ ମଦରେ ଏମିତି କ’ଣ ଅଛି ଯେ ଏହା ପିଇବା ପରେ ମଣିଷର ଆଦତ ହୋଇଯାଉଛି? ବର୍ତ୍ତମାନ ବୈଜ୍ଞାନିକ ମାନେ ଏହା ପଛରେ ଥିବା ଏମିତି ଏକ କାରଣ କହିଛନ୍ତି, ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ରବର୍ଟ ଡୁଡଲେ ନାମକ ଜଣେ ଜୀନବିଜ୍ଞାନୀ ପ୍ରାୟ ୨୫ ଜଣ ଲୋକଙ୍କୁ ନେଇ ଏହି ଗବେଷଣ କରିଛନ୍ତି। ରବର୍ଟ ବର୍କଲୀରେ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କାମ କରନ୍ତି। ମଣିଷର ମଦ ନିଶାକୁ ନେଇ ୨୦୧୪ରେ ସେ ଏକ ବହି ଲେଖିଥିଲେ ଯାହାର ନାମ The Drunken Monkey: Why We Drink and Abuse Alcohol। ଏହି ପୁସ୍ତକରେ ସେ ସୂଚାଇ ଦେଇଛନ୍ତି ଯେ ମାଙ୍କଡ ଏବଂ ଲାଙ୍ଗୁର କାରଣରୁ ମଦ୍ୟପାନ ମଣିଷର ନିଶା ପାଲଟିଛି।

ସେ ଚମକେଇଲା ଭଳି ଖୁଲାସା କରି କହିଛନ୍ତି ଯେ ପାଚିଯାଇଥିବା ଫଳରେ ମଦ୍ୟର ବାସ୍ନା ଆସିଥାଏ। ମଦ୍ୟର ଅଂଶ ପାଇବା ନେଇ ମାଙ୍କଡ ଏହି ପାଚିଲା ଫଳକୁ ଅପେକ୍ଷା କରିଥାଏ। ତେବେ ମଣିଷ ପାଖରେ ମଦ୍ୟପାନ କରିବାର ନିଶାକୁ ପ୍ରମାଣ କରିବା ନେଇ ହୋଇଥିବା ଗବେଷଣାରେ କୁହାଯାଇଛି ଯେ ‘ଡ୍ରଙ୍କେନ୍ ମଙ୍କୀ’ ହାଇପୋଥେସିସ୍‌ର ସମର୍ଥନ କରିଥାଏ।

Advertisment

ଜୀବ ବିଜ୍ଞାନୀ କହିଛନ୍ତି ଯେ ବ୍ଲାକ୍-ହାଣ୍ଡେଡ୍ ସ୍ପାଇଡର ମଙ୍କୀ ଦ୍ୱାରା ଖିଆଯାଉଥିବା ଫଳ ଓ ସେମାଙ୍କର ମୂତ୍ରର ସାମ୍ପୁଲ୍ ସଂଗ୍ରହ କରାଯାଇଥିଲା। ଏହି ଅନୁସନ୍ଧାନର ନିଷ୍ପତ୍ତି ସାମ୍ନାକୁ ଆସିଛି। କୁହାଯାଇଛି ଯେ ମାଙ୍କଡ ସାମାନ୍ୟ ସଢିଯାଇଥିବା ଫଳକୁ ଖାଏ, କାରଣ ଏଥିରୁ ୧/୨ ପ୍ରତିଶତ ମଦ୍ୟ ମିଳିଥାଏ। ଫଳରୁ ମିଳୁଥିବା ମଦ୍ୟର ମାତ୍ରା ଲୋ-ଆଲ୍‌କହଲ୍ ବିୟର୍ ସହ ସମାନ ହୋଇଥାଏ। ଏହା ସହ ମାଙ୍କଡର ମୂତ୍ରରୁ ମଧ୍ୟ ଆଲକହଲ୍ ମିଳିଥାଏ।

ଏହି ଗବେଷଣାରେ ସାମିଲ୍ କ୍ରିଷ୍ଟିନା କ୍ୟାମ୍ପବେଲଙ୍କ କହିବା କଥା ଯେ ମଣିଷ ଭଳି ମାଙ୍କଡାମାନେ ମଧ୍ୟ ଆଲକହଲ୍ ଥିବା ଫଳକୁ ଖାଇବାକୁ ପସନ୍ଦ କରନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଏହା ପ୍ରଥମ ଗବେଷଣା ଏହା ଉପରେ ଆହୁରି କାମ କରିବାର ଅଛି।

ତେବେ ବୈଜ୍ଞାନିକମାନେ କୁହନ୍ତି ଯେ ଏହି ଗବେଷଣା ଏଥିପାଇଁ କରାଯାଉଛି ଯେ ଜାଣିବାର ଅଛି ମଣିଷର ମଦ୍ୟପାନର ଆଦତ ଏହି ମାଙ୍କଡମାନଙ୍କ ଫଳ ଖାଇବା ଠାରୁ ଆସିଛି କି ନାହିଁ ଜାଣିବା ପାଇଁ।

Ajab Gajab
Advertisment
Advertisment