• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସମୁଦ୍ରରେ ଗାଧୋଇବା ବେଳେ ବଡ଼ ଅଘଟଣ । ଗଞ୍ଜାମ ଛତ୍ରପୁର ନିକଟରେ ସମୁଦ୍ରରେ ବୁଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ନିଖୋଜ ଛାତ୍ରୀ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କୁ ଠାବ ଲାଗି ଉଦ୍ୟମ ଜାରି ରହିଛି । ସ୍ୱତନ୍ତ୍ର ରିଲିଫ କମିଶନର, ତଟରକ୍ଷୀ ବାହିନୀ ନିର୍ଦ୍ଦେଶକଙ୍କୁ ରେସ୍କ୍ୟୁ ଅପରେସନ ପାଇଁ ସହାୟତା ମାଗିବା ପରେ ଭୁବନେଶ୍ୱରରୁ ଏକ ଏୟାରକ୍ରାଫ୍ଟ ଘଟଣାକୁ ସ୍ଥଳକୁ ଯାଇ ସର୍ଚ୍ଚ ଅପରେସନ ଜାରି ରଖିଛି ।

ଆଜି ଛତ୍ରପୁର ଥାନା ଆର୍ଯ୍ୟପଲି ଗାଁ ନିକଟ ସମୁଦ୍ରରେ ୫ ଜଣ ଛାତ୍ରୀ ସାଙ୍ଗହୋଇ ଗାଧୋଇବାକୁ ଯାଇଥିବାବେଳେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରିଥିଲେ ଲୋକେ । ଏହାସହ ଦୁର୍ଭାଗ୍ୟବଶତଃ ୨ ଜଣ ଛାତ୍ରୀ ବୁଡି ଯାଇଥିଲେ । ତାଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଜଣକ ହେଲେ କନିଷି ଅଂଚଳର ସ୍ୱପ୍ନାରାଣୀ ପଣ୍ଡିତ । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଖୋଜାଖୋଜି କରି ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।

ନିଖୋଜ ଥିବା ଛାତ୍ରୀ ଜଣଙ୍କ ହେଲେ ପ୍ରଜ୍ଞାରାଣୀ ତ୍ରିପାଠୀ । ସ୍ୱପ୍ନାରାଣୀ ଯୁକ୍ତ ତିନି ପଢୁଥିଲା ବେଳେ ପ୍ରଜ୍ଞାରାଣୀ ଯୁକ୍ତ ଦୁଇ କଳାରେ ପଢ଼ୁଥିଲେ । ଯାତ୍ରା ଦେଖିବାକୁ ମାମୁ ଘରକୁ ଆସିଥିବାବେଳେ ସାଙ୍ଗମାନଙ୍କ ସହ ମିଶି ସମୁଦ୍ରକୁ ଯାଇଥିଲେ । ହେଲେ ଗାଧୋଇଲା ବେଳେ ୫ଜଣ ସାଙ୍ଗ ବୁଡ଼ିଯାଇଥିଲେ। ତେବେ ଏବେ ବି ପ୍ରଜ୍ଞାରାଣୀ ନିଖୋଜ ଅଛନ୍ତି ।...