/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662377576.jpg)
Special story
କେତେବେଳେ ବନ୍ୟା ତ କେତେ ବେଳେ ପାଣି ଅଭାବରୁ ଆସନ୍ନ ମରୁଡି । ଆଉ ଏହାରି ମଧ୍ୟରେ ହନ୍ତସନ୍ତ ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ଚାଷୀ । ଖାଲୁଆ ଜମିରେ ପାଣି ଅଧିକ ସହ ଚାଷ ନଷ୍ଟ ହୋଇ ଢିପୁଆ ଜମିକୁ ହୋଇପାରୁନି ଜଳଯୋଗାଣ । ଜଗତସିଂହପୁର ଜିଲ୍ଳାର ରଘୁନାଥପୁର ବ୍ଲକ୍ ଅଞ୍ଚଳରେ ୨ ସପ୍ତାହ ଧରି କେନାଲରେ ଜଳଯୋଗାଣ ନହେବାରୁ ଏବେ ଜମି ଫାଟି ଆଁ କଲାଣି । ସେପଟେ ଶୀଘ୍ର କେନାଳରେ ପାଣି ଛଡ଼ାଯିବ ବୋଲି କହିଛନ୍ତି ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ।
ଜଗତସିଂହପୁର ଜିଲ୍ଳାର ରଘୁନାଥପୁର ବ୍ଲକ୍ ଛପଡା ପଂଚାୟତର ଧାନବିଲ ଫାଟି ଆଁ ଗଲାଣି । ବର୍ଷା ଅଭାବ ଓ କେନାଲ ପାଣି ନଆସିବା ଯୋଗୁ ଧାନ ବିଲ ସବୁ ଫାଟିଗଲାଣି । ଢିପ ଜମି ଗୁଡିକରେ ସେଭଳି କ୍ଷତି କରିନଥିଲା ବନ୍ୟାଜଳ । ହେଲେ ପ୍ରାୟ ୨ ସପ୍ତାହରୁ ହେବ ବର୍ଷା ନ ହେବାରୁ ଢିପ ଜମିରେ ମାଟି ଫାଟି ଶୁଖି ଗଲାଣି ।
ଏହି ସମସ୍ୟା ସଂପର୍କରେ ଜଗତସିଂହପୁର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥିଙ୍କୁ ପଚାରିବାରୁ ସେ ଏ ବିଷୟରେ ଅବଗତ ଥିବା କହିଛନ୍ତି । ଏକ ସପ୍ତାହ ମଧ୍ୟରେ ଜିଲ୍ଳାର ସମସ୍ତ କେନାଲରେ ପାଣି ଛଡ଼ାଯିବ ବୋଲି ସେ କହିଛନ୍ତି ।
କେତେବେଳେ ଖାଲୁଆ ଜମିରେ ଅତ୍ୟଧିକ ପାଣି ଯୋଗୁଁ ଚାଷ ନଷ୍ଟ ହେଉଥିବା ବେଳେ କେତେବେଳେ ଢିପ ଜମିରେ ପହଞ୍ଚିପାରୁନି ପାଣି । ଏଥିପାଇଁ ଦହଗଞ୍ଜ ହେଉଛନ୍ତି ଚାଷୀ । ଏବେ ଅପେକ୍ଷା କେବେ ଦୂର ହେଉଛି ଚାଷୀଙ୍କ ସମସ୍ୟା ।
ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡାଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)