• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୋଟ୍ ବେଳକୁ ଯୁବକ, ଚାକିରି ବେଳକୁ ବୟସ୍କ ବଢ଼ୁଛି ବେରୋଜଗାରୀ, ଅବସରପ୍ରାପ୍ତ ପାଲଟୁଛନ୍ତି ଦରକାରୀ! ରାଜ୍ୟ ସରକାରଙ୍କର ନୂଆ ଫଣ୍ଡା, ଯୁବକ ନୁହେଁ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦିଅ ପୁନଃନିଯୁକ୍ତି । ସରକାରଙ୍କ ଏ ଅଜବ ନୀତିକୁ ପୁଷ୍ଟି କରୁଛି ଆଜି ବିଭିନ୍ନ ଖବରକାଗଜରେ
ପ୍ରକାଶ ପାଇଥିବା ବିଜ୍ଞାପନ । କ୍ରୀଡ଼ା ବିଭାଗ ସମେତ ୪ ସରକାରୀ ସଂସ୍ଥା ଅବସରପ୍ରାପ୍ତ ଚାକିରିଆଙ୍କ ପୁନଃନିଯୁକ୍ତି ଲାଗି ଦେଇଛନ୍ତି ବିଜ୍ଞାପନ।

ଓରେରା ଏନଫୋର୍ସମେଣ୍ଟ ଡେପୁଟି ସେକ୍ରେଟାରୀ ଓ ଏନଫୋର୍ସମେଣ୍ଟ OSD ପଦବି ପାଇଁ ରାଜ୍ୟ ସରକାର କିମ୍ବା ସାମ୍ବିଧାନିକ ସଂସ୍ଥାରୁ ଅବସର ନେଇଥିବା କର୍ମଚାରୀଙ୍କଠାରୁ ଆବଦେନ ଆହ୍ୱାନ କରିଛି । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଆବେଦନ, ପରୀକ୍ଷା ପରିଚାଳନା ଓ ଫଳାଫଳ

ପ୍ରକାଶ ଆଦି ବିଭିନ୍ନ ପ୍ରକାର ନିଯୁକ୍ତି ପ୍ରକ୍ରିୟା ଲାଗି କନସଲ୍ଟାଣ୍ଟ ନିଯୁକ୍ତି ପାଇଁ ଅବସରପ୍ରାପ୍ତ ସରକାରୀ ଚାକିରିଆଙ୍କଠାରୁ ଆବେଦନ ମାଗିଛି ।

ସେହିଭଳି ବୌଦ୍ଧ ଜିଲ୍ଲା ଅଡିଟ୍ ଅଫିସ ଲୋକାଲ୍ ଫଣ୍ଡ ଅଡିଟ୍ ର ଓଏସଡି ପଦବି ପାଇଁ ଅବସରପ୍ରାପ୍ତ ସରକାରୀ ଚାକିରିଆଙ୍କଠାରୁ ଆବେଦନ ଆହ୍ୱାନ କରିଛି । ଖାଲି ସେତିକି ନୁହେଁ ଯୁବଗୋଷ୍ଠୀଙ୍କ ବିକାଶ ଲାଗି କାମ କରୁଥିବା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାର ବିଭାଗ ମଧ୍ୟ ସମସ୍ତ ଜିଲ୍ଲା ଓ କ୍ରୀଡ଼ା ହଷ୍ଟେଲରେ ଓଏସଡି ପଦବୀ ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞାପନ ପ୍ରକାଶ କରିଛି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଚାକିରି ଆଶାୟୀ ତଥା ଠିକା କର୍ମଚାରୀଙ୍କ ମଧ୍ୟରେ କୁହୁଳୁଛି ଅସନ୍ତୋଷର ନିଆଁ । ସରକାର ତୁରନ୍ତ ଏ ଯୁବ ମାରଣ ନୀତି ବନ୍ଦ କରନ୍ତୁ ବୋଲି ଦାବି ଉଠିଲାଣି।

ଏବେ ପ୍ରଶ୍ନ ଉଠୁଛି, କାହିଁକି ଅବସରପ୍ରାପ୍ତ ସରକାରୀ ଚାକିରିଆଙ୍କୁ ଏତେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର ? ରାଜ୍ୟରେ ସୃଷ୍ଟି ହେଉନାହାନ୍ତି କି ପର୍ଯ୍ୟାପ୍ତ ଦକ୍ଷ ମାନବ ସମ୍ବଳ ? ନା ଅନୁଗତ ଅଧିକାରୀଙ୍କୁ ମିଳୁଛି ଅବସରକାଳୀନ ପ୍ରୋତ୍ସାହନ? ଏନେଇ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଉତ୍ତର ସ୍ପଷ୍ଟ ନ ଥିଲେ ମଧ୍ୟ ଏ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।

ରାଜ୍ୟ ସରକାର ପୂର୍ବରୁ ଅନେକ ଅବସରପ୍ରାପ୍ତ ଆଇଏଏସ୍, ଆଇପିଏସମାନଙ୍କୁ ବିଭିନ୍ନ ପଦପଦବିରେ ଥଇଥାନ କରିଛନ୍ତି। ଆଉ ଆଜିର ବିଜ୍ଞାପନ ସେଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି।...

  • Reported by:
  • KAPILENDRA PRADHAN , BIBARTAN PANDA