Advertisment

୨ ମାସ ପରେ ଅବସର ନେଇଥାନ୍ତେ ଅତିରିକ୍ତ SP, ହେଲେ ତା’ପୂର୍ବରୁ ମାଡ଼ି ବସିଲା ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍ କରିଛି। ୧୧ଟି ଯାଗାରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Vigilance Raid

Vigilance Raid

ଏଡିଏମ୍, ଯନ୍ତ୍ରୀଙ୍କ ପରେ ଏବେ ପୋଲିସ୍ ବାବୁଙ୍କ ଘରେ ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍ କରିଛି। ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ କଟକ, ଭୁବନେଶ୍ୱର, ଯାଜପୁର, କୋରାପୁଟରେ ଥିବା ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। 

Advertisment

୧୧ଟି ଯାଗାରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଥିବା ଜଣାପଡ଼ିଛି। ଆଉ ୨ ମାସ ପରେ ତ୍ରିନାଥ ମିଶ୍ର ଅବସର ନେଇଥାନ୍ତେ, ହେଲେ ତା’ ପୂର୍ବରୁ ଭିଜିଲାନ୍ସ ଟିମ୍ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ କରିଛି। 

ତ୍ରିନାଥ ମିଶ୍ରଙ୍କ କଟକ ତୁଳସୀପୁର ଅଫିସ୍, ସରକାରୀ ବାସଭବନ, ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ଫ୍ଲାଟ୍, ନବରଙ୍ଗପୁର ଡାବୁଗାଁ ପୈତୃକ ଘରେ ରେଡ୍‌ ଚାଲିଛି। ଏହାସହ ଯାଜପୁର ବଡ଼ଚଣାରେ ସମ୍ପର୍କୀୟଙ୍କ ଘର, ବଡ଼ଚଣାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍, ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା ନର୍ସିଂ ହୋମ୍, ଶାନ୍ତିଲତା ଟ୍ରାନ୍ସପୋର୍ଟ ନାଁରେ ଥିବା ଦୁଇଟି ଅଫିସ୍‌ରେ ବି ଚଢ଼ାଉ ହୋଇଛି। ଏହାସହ ତ୍ରିନାଥ ମିଶ୍ରଙ୍କ ଡ୍ରାଇଭରଙ୍କ ଜଗତସିଂହପୁର ବିରିଡ଼ିରେ ଥିବା ଘରେ ବି ରେଡ୍‌ କରାଯାଇଛି।

Advertisment
Vigilance Raid Vigilance Scanner Additional SP Trinath Mishra
Advertisment
Advertisment