/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656153676.jpg)
Special story
କାହିଁକି ଆତ୍ମହତ୍ୟା କଲେ ରାଇମୋହନ ପରିଡ଼ା ? ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ବେଲେ ତାଙ୍କ ଜୀବନର ଏକ ଆଉ ଏକ ଦିଗ ଏବେ ସାମ୍ନାକୁ ଆସଛି । ପ୍ରେମ ବିବାହ କରିଥିଲେ ଲୋକପ୍ରିୟ ଖଳନାୟକ ରାଇମୋହନ । ୧୯୯୨ ମସିହାରେ ହୋଇଥିଲା ରାଇମୋହନ ପରିଡାଙ୍କ ବିବାହ । ଭୁବନେଶ୍ୱରସ୍ଥିତ ଆମୋଫୋଇ ସଂସ୍ଥା ସହାୟତାରେ ରାଇମୋହନ ରଞ୍ଜିତାଙ୍କୁ ପ୍ରେମ ବିବାହ କରିଥିଲେ ।
ଗତକାଲି ଭୁବନେଶ୍ୱର ପ୍ରାଚୀ ବିହାରସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହେ ଉଦ୍ଧାର ହୋଇଥିଲା । ଯିଏ ପ୍ରେମ କରି ବିବାହ କରିଥିଲେ, ସଂସାର ଉପରୁ ତାଙ୍କର ପୁଣି କେମିତି ମୋହ ମାୟା ଛିଣ୍ଡିଗଲା । ଆଉ ସେ ଆତ୍ମହତ୍ୟାର ବାଟ ବାଛିନେଲା ।
ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, କାହିଁକି ହଠାତ୍ ଏଭଳି ଚରମ ପଦକ୍ଷେପ ନେଲେ ରାଇମୋହନ ? ପାରିବାରିକ କଳହ, ଆର୍ଥିକ ବୋଝ ନା ଅନ୍ୟ କିଛି କାରଣ ? ଗତକାଲି ରାତି ପର୍ଯ୍ୟନ୍ତ ଯେଉଁ ମଣିଷ ସମ୍ପୂର୍ଣ୍ଣ ଠିକ୍ ଥିଲା, ହେଲେ ଗତକାଲି କାହିଁକି ବାଛିଲେ ଆତ୍ମହତ୍ୟାର ପଥ ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଭିତରେ ରାଇମୋହନଙ୍କ ଶେଷ ମେସେଜ୍ ସମ୍ପର୍କରେ ବି ସୂଚନା ଦେଇଛି ମଞ୍ଚେଶ୍ୱର ପୋଲିସ୍ ।
ଆତ୍ମହତ୍ୟା ପୂର୍ବରୁ ନିଜର ୨ ଝିଅ ଓ ପତ୍ନୀଙ୍କୁ ମୋବାଇଲରେ ବାଏ ମେସେଜ ଦେଇଥିଲେ ରାଇମୋହନ, ଯାହାକୁ ନେଇ ପୋଲିସ ବି ଖୋଳତା଼ଡ଼ କରୁଛି । ସେପଟେ ଦୁଇ ଦିନ ପୂର୍ବରୁ ଶେଷ ପେମେଣ୍ଟ ପାଇଥିଲେ ଦିବଂଗତ ଅଭିନେତା । କଟକର ଏଲଟି ପ୍ରଡକ୍ସନ ଏକ ଫିଲ୍ମ ବାବଦକୁ ୩୦ ହଜାର ଟଙ୍କା ରାଇମୋହନଙ୍କୁ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)