Advertisment

‘ବର୍ଷେ ହୋଇଗଲା ତା’ ମୁହଁରୁ ମା’ ଡାକ ଶୁଣିନି’ : ପୁଅକୁ ମନେ ପକାଉ ବାହୁନି କାନ୍ଦୁଛି ମା’

ବର୍ଷେ ହେଲା କୁଆଡ଼େ ଚାଲିଗଲା, ମୁଁ ଦେଖିବାକୁ ପାଉନି

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

‘ମୋ ଛୁଆ ଚାଲିଗଲା, ମୋ କଥା କିଏ ବୁଝିବ । ବର୍ଷେ ହୋଇଗଲା ତା’ ମୁହଁରୁ ମା’ ଡାକ ଶୁଣିନି । ସେ ଚାଲିଗଲା, ମୋ ଜୀବନ ବି ଚାଲିଗଲା । ଥିଲାବେଳେ ସବୁବେଳେ ମା’ ମା’ ହୋଇ ମୋ ପଛେ ପଛେ ଗୋଡ଼ାଉଥାଏ । ହେଲେ ବର୍ଷେ ହେଲା କୁଆଡ଼େ ଚାଲିଗଲା, ମୁଁ ଦେଖିବାକୁ ପାଉନି । ଅପେକ୍ଷା କରିଛି ନ୍ୟାୟ ମିଳିବ । ସିବିଆଇ ହାତକୁ କେସ୍‌ ଗଲେ ଅସଲ କଥା ପଦାକୁ ଆସନ୍ତା । ଛୁଆ ମୋର ଯାଇଛି, ତାଙ୍କର କାହାରି ଯାଇନି । କଷ୍ଟ କରି ମୁଁ ପାଠ ପଢ଼ାଇଥିଲି । ସେମାନେ କ’ଣ ଜାଣିବେ ମୋ ଦୁଃଖ କଥା କହି ବାହୁନି କାନ୍ଦୁଛନ୍ତି ପାରଳାଖେମୁଣ୍ଡିର ମୃତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମା’ । ନ୍ୟାୟ ଅପେକ୍ଷାରେ ବର୍ଷେ ଗଡ଼ିଗଲା ସତ ଏବେ ବି ଅପରାଧୀଙ୍କୁ ଦଣ୍ଡ ମିଳିନି ।

Advertisment

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ବର୍ଷେ ପୂରିଛି । ହେଲେ ତାଙ୍କ ପରିବାର ଲୋକେ ଆଜି ପର୍ଯ୍ୟନ୍ତ ନ୍ୟାୟ ଅପେକ୍ଷାରେ ରହିଛନ୍ତି । ପରିବାର ଲୋକେ ତାଙ୍କ ପୁଅର ହତ୍ୟା କରାଯାଇଥିବା ନେଇ ତିନି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେବା ଏବଂ ପୋଲିସ ହତ୍ୟା ମାମଲା ରୁଜୁ କରିବା ସତ୍ତ୍ୱେ ଅଭିଯୁକ୍ତଙ୍କୁ ଆଜିଯାଏଁ ଗିରଫ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ସୂଚନାଯୋଗ୍ୟ,୨୦୨୧ ଜୁଲାଇ ୧୨ ତାରିଖ ରାତି ପ୍ରାୟ ୯ଟା ସମୟରେ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡି ସ୍ଥିତ ନିଜର ସରକାରୀ ବାସଭବନରେ ନିଆଁ ଲାଗି ୯୦% ପୋଡ଼ି ଯାଇଥିଲେ। ପରେ ୧୩ ତାରିଖରେ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ଏଯାଏ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରି ନାହିଁ। ଘନ ଘନ ତଦନ୍ତ ପରେ ବି ହତ୍ୟାକାରୀ ସମ୍ପର୍କରେ ମିଳିନାହିଁ ପ୍ରମାଣ।

Advertisment

ତେବେ କେମିତି ହେଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା କରାଯାଇଛି ତା’ହେଲେ ଅଭିଯୁକ୍ତ କିଏ ? ଆଉ ଯଦି ସୌମ୍ୟ ଆତ୍ମହତ୍ୟା କରିଛନ୍ତି ତା’ହେଲେ ଏହା ପଛର କାରଣ କ’ଣ ? ସୌମ୍ୟଙ୍କ ମୃତ୍ୟୁକୁ ବର୍ଷେ ପୁରି ଥିବାବେଳେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେବି ମିଳିନି। ସୌମ୍ୟଙ୍କ ମୃତ୍ୟୁ ରହସ୍ୟର କାରଣ ପାଇ ପାରିନାହିଁ ତଦନ୍ତକାରୀ ଟିମ୍।

Paralakhemundi ACF Death ACF Soumya Ranjan Death Case
Advertisment
Advertisment