Advertisment

ପୂରଣ ହେଲା ସ୍ୱପ୍ନ ! ନୂଆ ଘର ତୋଳି ଗୃହପ୍ରବେଶ କଲେ ଦୂତୀ ଆଣ୍ଡ ଫ୍ୟାମିଲି

ପୂର୍ବରୁ ନିଜ ପରିବାର ସହ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଲିମ୍ପିଆନ୍ ଦୂତୀ ଚାନ୍ଦ, ଏକ ଭଲ ଖବର ଦେଇଛନ୍ତି। ସେ ତାଙ୍କ ଗାଁରେ ଏକ ନୂଆ ଘର ତିଆରି କରି ସପରିବାରେ ଗୃହପ୍ରବେଶ କରିଛନ୍ତି। ବଡ଼କଥା ହେଉଛି, ଏଥିରେ ତାଙ୍କ ବାପା ମାଆ କର୍ତ୍ତା ସାଜିଥିଲେ

author-image
Prangyan Parimita
ଅଦ୍ୟତନ ହୋଇଛି
dutee chand

dutee chand

ପୁଣି ଚର୍ଚ୍ଚାରେ ଜଣାଶୁଣା ସ୍ପ୍ରିଣ୍ଟର ତଥା ଅଲିମ୍ପିଆନ୍ ଦୂତୀ ଚାନ୍ଦ । ନିଜ ପାଇଁ ତଥା ପରିବାର ଲୋକଙ୍କ ପାଇଁ ସ୍ୱପ୍ନର ଘର ତୋଳିଛନ୍ତି । ଯାଜପୁର ଜିଲ୍ଲାର ଜାରକାରେ ସେହ ଏହି ନୂଆ ଘର କରିଛନ୍ତି ଏବଂ ଇତିମଧ୍ୟରେ ସେ ଗୃହପ୍ରବେଶ ଉତ୍ସବ ମଧ୍ୟ ସାରି ଦେଇଛନ୍ତି । ଏ ସଂପର୍କିତ ଫଟୋ ଏବଂ ଭିଡିଓ ଦୂତୀ  ନିଜ ଅଫିସିଆଲ୍ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

Advertisment

ଦୂତୀ  ଲେଖିଛନ୍ତି- ଈଶ୍ୱରଙ୍କ ଆଶୀର୍ବାଦରୁ ଜାରକାରେ ମୋର ନୂଆ ଘର କାମ ଶେଷ ହୋଇଛି। ଗତ ବର୍ଷ ଦେଇଥିବା କଥା ଅନୁଯାୟୀ, ନୂଆ ଘରଟିକୁ ମୁଁ ମୋ ଭାଇକୁ ହସ୍ତାନ୍ତର କରିଛି। ସବୁଠାରୁ ଅଧିକ ସୁଖର ବିଷୟ ଥିଲା, ମୋ ବାପା ଓ ମାଆ ଏହି ଗୃହ ପ୍ରବେଶ ଉତ୍ସବରେ ଉପସ୍ଥିତ ରହି ଆମକୁ ଆଶୀର୍ବାଦ ଦେଇଥିଲେ। ପୂଜା କାମ ସେମାନଙ୍କ ଦ୍ୱାରା ହିଁ ସଂପନ୍ନ ହୋଇଥିଲା । ଆମର ପୂରା ପରିବାର ଏଥିରେ ଉପସ୍ଥିତ ଥିଲେ । ମାଆ ବିରଜାଙ୍କ ପାଖରେ ପ୍ରାର୍ଥନା କରୁଛି ସେ ଆମ ପରିବାରକୁ ଆଶୀର୍ବାଦ କରନ୍ତୁ । ଜୟ ଜଗନ୍ନା ଥ।

ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୂର୍ବରୁ ଚର୍ଚ୍ଚାକୁ ଆସିଥିବା ଦୂତୀଙ୍କ ପାଇଁ ଏହା ନିଶ୍ଚୟ ଏକ ଭଲ ଖବର। ପୂର୍ବରୁ ବିଭିନ୍ନ କାରଣରୁ ତାଙ୍କର ତାଙ୍କ ପରିବାର ଲୋକଙ୍କ ସହ ଦ୍ୱିମତ ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ଦୂତୀଙ୍କର କିଛି ନିଷ୍ପତ୍ତି ବିରୋଧରେ ତାଙ୍କ ବାପା ମାଆ ଓ ଭଉଣୀ ଖୋଲାଖୋଲି ଭାବେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ।

Advertisment

ଦୂତୀ  ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ନିଜର ମତ ରଖିଥିଲେ। ତେବେ ତାଙ୍କ ପରିବାର ସହିତ ଥିବା ମତ ମତାନ୍ତର ଶେଷ ହୋଇଥିବା ଦୂତୀଙ୍କର ଏହି ଫଟୋ ଓ ଭିଡିଓରୁ ସ୍ପଷ୍ଟ ହେଉଛି। ଗୃହପ୍ରବେଶ ଫଟୋରେ ଦୂତୀଙ୍କ ଚର୍ଚ୍ଚିତ ବାନ୍ଧବୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତେବେ ତାଙ୍କ ଭଉଣୀ ସରସ୍ୱତୀ ଚାନ୍ଦଙ୍କୁ ଫଟୋରେ ଦେଖିବାକୁ ମିଳି ନାହିଁ। ନିଜ ପରିବାର ସହିତ ଦୂତୀଙ୍କର ସଂପର୍କ ଅଧିକ ନିବିଡ଼ ହେଉ ଏହା ଆମର କାମନା ।

Special Report
Advertisment
Advertisment