• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀରେ ଦୁଇ ଦୁଇଟି ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଫ୍ଲାଏଓଭର ମହାରାଜା ଫିଲ୍ମ ହଲ୍ ନିକଟରେ ଦୁଇ ଦୁଇଟି ଅଘଟଣ ଘଟିଛି। ବାଇକ୍ ସହ ଜଳି ଗଲେ ଯୁବକ । ରାଜପଥରେ ଜଣେ ଯୁବକଙ୍କ ସହ ତାଙ୍କ ବାଇକ୍ ଜଳିଯାଇଥିବା ଦେଖିବାକୁ ମିଳିଛି । ହେଲେ କେଉଁ ପରିସ୍ଥିତିରେ କିଭଳି ଯୁବକ ଜଣକ ପୋଡିଗଲେ ତାହା ସ୍ପଷ୍ଟ ହୋଇନି ।

ଏହାସହ ଯୁବକଙ୍କ ପରିଚୟ ମିଳିପାରିନି । ପୋଲିସ ପୋଡା ବାଇକ ଜବତ କରିବା ସହ ଯୁବକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେହିପରି ସେହି ସ୍ଥାନର ରାସ୍ତାର ଅପରପାର୍ଶ୍ୱରେ ଆଉ ଏକ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ହାଇୱା ଧକ୍କାରେ ଏକ ଟାଟା ଏସ୍‌ରେ ଥିବା ଜଣେ ବାଳକ ସମେତ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ଏବଂ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ସୂଚନା ମିଳିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now