/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636605753.jpg)
AKASH PATHAK
ଭୁବନେଶ୍ୱର : ଟାଟାରେ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ମାମଲାର ତଦନ୍ତ ପୁଣି ଥରେ ହେବ । ଏହି ମାମଲାରେ ଗିରଫ ହୋଇଥିବା ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ED । ଝାରପଡ଼ା ଜେଲରେ ଥିବା ଆକାଶ ପାଠକଙ୍କୁ ଜେରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୩ ଜଣିଆ ଟିମ୍ ପ୍ରସ୍ତୁତ ହୋଇଛନ୍ତି । ଆଜି ଜେଲକୁ ଯାଇ ଆକାଶଙ୍କୁ ମାମଲା ସମ୍ପର୍କରେ ପଚରାଉଚରା କରାଯିବ । ଏନେଇ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ଅନୁମତି ଦେଇଛନ୍ତି । ଏହି ମାମଲାରେ ପୂର୍ବରୁ ଗିରଫ ହୋଇ ଜାମିନରେ ଆସିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
ଦୁର୍ନୀତି କରି ବିପୁଳ ପରିମାଣର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତ ନଭେମ୍ବର ୨୭, ୨୦୨୦ ତାରିଖରେ ପାଠକ ବାପ ପୁଅଙ୍କୁ ଗିରଫ କରିଥିଲା । ପରେ ଆକାଶଙ୍କ ବିରୋଧରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ରୁଜୁ କରିଥିଲା କ୍ରାଇମବ୍ରାଞ୍ଚ । ଆକାଶଙ୍କ ବିରୋଧରେ ଟାଟାରେ ଚାକିରି କରାଇ ଦେବାକୁ କହି ବ୍ରହ୍ମପୁର ଓ ଗୋପାଳପୁର ଅଞ୍ଚଳର କିଛି ବ୍ୟକ୍ତିଙ୍କଠୁ ଠକେଇ କରିଥିବା ଅଭିଯୋଗ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)