suicide
ଲୋକଲଜ୍ଜା ପାଇଁ ଜୀବନ ଦେଇଦେଲେ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସରେଇ ଗାଁରେ ଲୋକ ଲଜ୍ଜା ଭୟରେ ନାବାଳିକା ଆତ୍ମହତ୍ୟା କରିଛନ୍ତି । ନିଜ ସାଙ୍ଗ ସାଙ୍ଗରେ ଗାଧୋଇବାକୁ ଯିବା ବେଳେ ଗାଁର ସରୋଜ କୁମାର ପ୍ରଧାନ ନାମକ ଯୁବକ ତାଙ୍କୁ ଅଟକାଇବା ସହ ନିସାଶକ୍ତ ଅବସ୍ଥାରେ ଅସଦାଚରଣ କରିଥିଲା । ଆଉ ଏସବୁ ଦୃଶ୍ୟ ଗାଁ ଲୋକେ ଦେଖିଥିଲେ । ଫଳରେ ଭୟରେ ନାବିଳିକା ଜଣକ ଘରକୁ ଯାଇ ବିଷ ପିଇ ଦେଇଥିଲେ ।
Advertisment
ଏକଥା ଜାଣି ତାଙ୍କ ଘରଲୋକ ସଙ୍ଗେ ସଙ୍ଗେ ନିକଟସ୍ଥ ଅନୁଗୋଳ ଜିଲ୍ଲା ଖମାର ମେଡିକାଲକୁ ନେଇଯାଇଥିଲେ । ହେଲେ ଅବସ୍ଥା ଅଧିକ ସଂଗୀନ ହେବାରୁ ନାବାଳିକାଙ୍କୁ ଅନୁଗୋଳ ନିଆଯାଇଥିଲା । ଆଉ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ମୃତକଙ୍କ ବାପା ତୋଲକେଇ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତକୁ ସିରଗୁଡ଼ାରୁ ଗିରଫ କରିଛି ।
ବର୍ତ୍ତମାନ ମୃତ ନାବାଳିକାଙ୍କ ଶବକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ଆଜି ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)