Advertisment

ସାମାନ୍ୟ ଚକୋଲେଟ୍ କରିଦେଲା ଲକ୍ଷପତି

ସାମାନ୍ୟ ଚକୋଲେଟ୍‌ରେ ଜଣଙ୍କର ଭାଗ୍ୟ ବଦଳିଯିବ ଏହା ବା କେଉଁଠି ହୋଇପାରେ। କିନ୍ତୁ ଏହା ସତ ହୋଇଛି। ଜଣେ ମହିଳା ଚଲୋଲେଟ୍ କିଣି ଲକ୍ଷପତି ହୋଇଯାଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
A little chocolate made the millionaire

A little chocolate made the millionaire

କୁହାଯାଏ ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି। ଭଗବାନଙ୍କ ଦାନ କୌଣସି ବି ରୂପରେ ଆସିପାରେ। ତାହା କେତେବେଳେ ଉପହାର ମାଧ୍ୟରେ ତ କେତେବେଳେ ପରିଶ୍ରମରେ, ଏମିତିକି ଚକୋଲେଟ୍ ରୂପରେ ମଧ୍ୟ। ସେମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।

Advertisment

କିଏ ବା ଚକୋଲେଟ୍ ଖାଇବାକୁ ପସନ୍ଦ ନ କରେ। ବିଶେଷକରି ପିଲାମାନେ ତ ସବୁବେଳେ ଚକୋଲେଟ୍ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଚକୋଲେଟ୍ ଦ୍ୱାରା ଯେ ଜଣକର ଭାଗ୍ୟ ପରିବର୍ତ୍ତନ ହେଇଯିବ, ଏ କଥା ଭାବିଲେ ଟିକେ ଅଡୁଆ ଲାଗେ। କିନ୍ତୁ ଏପରି କିଛି ଘଟଣା ଘଟିଛି ଯାହାକୁ ଆପଣ ସତ ମାନିବାକୁ ବାଧ୍ୟହେବେ। ଜଣେ ମା’ ଚକୋଲେଟ୍ କିଣିଥିଲେ ଏବଂ ଏହି ଚକୋଲେଟ୍ ତାଙ୍କୁ ଲକ୍ଷପତି କରିଦେଲା।

ଘଟଣା ଏହା ଯେ ଏକ ସୁପର ମାର୍କେଟ୍‌ରେ ଏକ ସ୍କିମ୍ ଚାଲିଥିଲା। ଏହି ସ୍କିମ୍‌ ଅଧୀନରେ ଗୋଟିଏ ଚକୋଲେଟ୍ ନେଲେ ଏକ ଗୋଲ୍ଡେନ୍ ଟିକେଟ୍ ମିଳିପାରେ। ଏହି ଟିକେଟ୍ ମାଧ୍ୟମରେ କାହାର ବି ଭାଗ୍ୟ ଉଜ୍ଜ୍ୱଳ ହେବାର ଥିଲା। ଇଂଲଣ୍ଡର ବାସିନ୍ଦା ସିଆନ୍ ୱାକର୍ ତାଙ୍କ ପୁଅଙ୍କ ସହିତ ଏହି ଚକୋଲେଟ୍ କିଣିଥିଲେ। ତେବେ ଏହି ଚକୋଲେଟ୍ ତାଙ୍କ ଜୀବନକୁ ପରିବର୍ତ୍ତନ କରିଦେଲା।

Advertisment

ସୂଚନା ଅନୁଯାୟୀ ଏହି ମା-ପୁଅ ଏହାକୁ ଆଲ୍‌ଡି ଷ୍ଟୋର୍‌ରୁ ଡେୟାରଫାଇନ୍ ଗୋଲ୍ଡେନ୍ ଗିୱେ ଚକୋଲେଟ୍ ବାରରୁ କିଣିଥିଲେ। ଏଥିରୁ ସେମାନେ ଗୋଲ୍‌ଡେନ୍ ଟିକେଟ୍ ମଧ୍ୟ ପାଇଥିଲେ। ଏହାର ମୂଲ୍ୟ ୪ ଲକ୍ଷରୁ ୮ଲ‍କ୍ଷ ପର୍ଯ୍ୟନ୍ତ ହୋଇପାରେ।

୪୩ ବର୍ଷୀୟ ସିଆନ୍ କହିଛନ୍ତି ଯେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ଏହି ଟିକେଟ୍‌ରୁ ଅନେକ ଟଙ୍କା ଜିତିଛନ୍ତି ତାଙ୍କ ଗୋଡ ଆଉ ତଳେ ଲାଗିଲା ନାହିଁ। ସେ କୁହନ୍ତି ଯେ ପ୍ରଥମେ ସେ ଚକୋଲେଟ୍‌ର ଏକ ଛୋଟ ପ୍ୟାକେଟ୍ ଉଠାଇଥିଲେ, ତା’ପରେ ସେ ତାଙ୍କ ପୁଅ ସହିତ ସେୟାର କରିବା ପାଇଁ ଆଉ ଏକ ବଡ ପ୍ୟାକେଟ୍ ଉଠାଇଲେ। ଏହି ପ୍ୟାକେଟ୍ ହିଁ ତାଙ୍କ ଭାଗ୍ୟ ଖୋଲିଦେଲା।

ଏହି ଟଙ୍କାରେ ସିଆନ୍ ତାଙ୍କର ଏକ ଘର କରିବାକୁ ଚାହୁଁଛନ୍ତି। ଏହାକୁ ନେଇ ସେ କୁହନ୍ତି ଯେ “ମୁଁ ପ୍ରଥମରୁ ମୋ ପୁଅ ସହିତ ତ ମଜ୍ଜା କରୁଥିଲି, କିନ୍ତୁ ଯେତେବେଳେ ଆମେ ଏହାକୁ ଖୋଲିଲୁ, ତା ଭିତରେ ଏକ ସୁବର୍ଣ୍ଣ ଟିକେଟ୍ ଥିଲା।” ଏହିଭଳି ଭାବେ ଚକୋଲେଟ୍ କିଣିବା ହେତୁ ତାଙ୍କ ଭାଗ୍ୟ ବଦଳିଗଲା। ଖାଲି ସିଆନ୍ ନୁହଁନ୍ତି, ଗତ ମାସରେ ଇଂଲଣ୍ଡରେ ଏହିପରି ୨୫ଟି ସୁବର୍ଣ୍ଣ ଟିକେଟ୍‌ ବାହାରିଛି ଯେଉଁଥିରେ ଅନେକ ଲୋକ ଲକ୍ଷପତି ପାଲଟିଯାଇଛନ୍ତି।

Ajab Gajab
Advertisment
Advertisment