• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁଃଖରେ ସାଗରରେ ଅସହାୟ ପରିବାର । ମରୁଡ଼ି ପଡ଼ିବା ପରେ ଘରର ତିନି ଜଣ ସଦସ୍ୟ ଆରପାରିକୁ ଚାଲିଗଲେ । ଆଉ ଏବେ ବୁଢ଼ା ଅଜା ଉପରେ ଦୁଇ ନାତିଙ୍କ ବୋଝ । ବୟସ ୭୫ ବର୍ଷ ଟପିଥିବା ବେଳେ ଦୁଇ ନାବାଳକ ନାତିଙ୍କ କଥା ବୁଝିବାକୁ ପଡ଼ୁଛି । ମୁଣ୍ଡ ଉପରେ ଘର ଖଣ୍ଡିଏ ନାହିଁ । ନିଜ କଥା ଅସମ୍ଭାଳ ହୋଇଥିବା ବେଳେ ଦୁଇ ନାତିଙ୍କୁ କିପରି ଚଳାଇବେ ସେଥିପାଇଁ ଚିନ୍ତାରେ ଅନିରୁଦ୍ଧ ମେହେର । ପୁଅବୋହୂ ଆଉ ସ୍ତ୍ରୀ କଥା ଚିନ୍ତା କଲା ବେଳକୁ ଆଖିରୁ ଲୁହ ଝରିପଡ଼ୁଛି ।

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିନାପାଲିର ଅନିରୁଦ୍ଧ ମେହେର । ଦୁଇ ନାତିକୁ ଧରି ବୟସରେ ଅପରାହ୍ନରେ ଘର କୋଣରେ ପଡ଼ି ରହିଛନ୍ତି । ପରିବାର ଚଳାଇବା ପାଇଁ କେହି ନାହାନ୍ତି । ୨୦୧୪ରେ ଜ୍ୱରରେ ପଡି ଏକମାତ୍ର ପୁଅ ଟଙ୍କଧରଙ୍କ ମୃତ୍ୟୁ ଘଟିଥିଲା । ବୃଦ୍ଧା ସ୍ତ୍ରୀ, ବିଧବା ବୋହୂ ଓ ଦୁଇ ଛୋଟ ଛୋଟ ନାତିଙ୍କ ପାଟିରେ ଆହାର ଯୋଗାଇବା ପାଇଁ ଗାଁ ଗାଁ ବୁଲି ପାଉଁରୁଟି ବିକ୍ରି କରୁଥିଲେ ଵୃଦ୍ଧ ଅନିରୁଦ୍ଧ । ହେଲେ ପୁଅକୁ ଝୁରି ଝୁରି ତାଙ୍କ ସ୍ତ୍ରୀ ମଧ୍ୟ ୨୦୨୦ ରେ ଚାଲିଗଲେ । ହେଲେ ଦୁଃଖ ଏତିକିରେ ସରିଲାନି, ସ୍ଵାମୀ ଙ୍କୁ ହରାଇ ସବୁବେଳେ କାନ୍ଦୁଥିଲେ ଟଙ୍କଧରଙ୍କ ପତ୍ନୀ ଚତୁରୀ ରୋଗରେ ଝଟପଟ ହେଉଥିଲେ ।

ଆଉ ୨୦୨୨ରେ କିଛି ଦିନ ପୂର୍ବରୁ ବୃଦ୍ଧ ଶ୍ୱଶୁର ଓ ଦୁଇ ପୁଅକୁ ଅନାଥ କରି ଆଖି ବୁଜିଲେ ଚତୁରୀ । ଏବେ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଲା ଵୃଦ୍ଧ ଅନିରୁଦ୍ଧଙ୍କ । ଦୁଇ ନାବାଳକ ନାତିଙ୍କ ଯତ୍ନ ନେବାକୁ ଏବେ ପଡୁଛି ତାଙ୍କୁ । ବୟସ୍ୟାଧିକ ହେତୁ ପାଉଁରୁଟି ବିକିବା ଛାଡି ଦେଲେନି, କୌଣସି କାମ କରି ପାରୁ ନାହାନ୍ତି । ବଡ଼ ନାତି ହିମାଂଶୁ ର ବୟସ ଏବେ ୧୫ବର୍ଷ, ସାନ ନାତି ପରମେଶ୍ୱରର ଙ୍କ ବୟସ ୧୨ ବର୍ଷ । ହିମାଂଶୁ ପାଠ ପଢା ଛାଡି ଦେଇଥିବା ବେଳେ ପରମେଶ୍ୱର ପଢିବାକୁ ଯାଉଛି।

ଅନିରୁଦ୍ଧଙ୍କ ପରିବାର ଜମିହୀନ । ସରକାରୀ ସହାୟତା କହିଲେ ୫୦୦ ଟଙ୍କାର ବାର୍ଦ୍ଧ୍ୟକ ଭତ୍ତା ଓ ଆଉ ତିନି ଅଜାନାତିଙ୍କୁ ୧୫କିଲୋଗ୍ରାମ ଚାଉଳ ମିଳୁଛି । ଏତିକିରେ ମାସକ ଚଳିବା ସମ୍ଭବ ନୁହେଁ । ତେଣୁ ମାଗି ଯାଚି ତିନିହେଁ ପେଟ ପୋଷିଥାନ୍ତି। ବୋହୂର ମୃତ୍ୟୁ ପରେ ସ୍ଥାନୀୟ ସମିତିସଭ୍ୟ ଦୁଇ ହଜାର ଟଙ୍କା ହରିଶ୍ଚନ୍ଦ୍ର ଯୋଜନାରୁ ଅନିରୁଦ୍ଧଙ୍କୁ ପ୍ରଦାନ କରିଥିଲେ । ତେବେ ଏକ ଅନ୍ତ୍ୟଦୟ କାର୍ଡ ଓ ନାତି ମାନଙ୍କୁ ପଢ଼ାଇବାର ବ୍ୟବସ୍ଥା କରାଇବାକୁ ଅନିରୁଦ୍ଧ ଅନୁରୋଧ କରିଛନ୍ତି । ହେଲେ ଏଯାଏଁ କୌଣସି ସହାୟତା ମିଳିନାହିଁ ।

ଖଡ଼ିଆଳ, କୁନାଲ ଚରଣ ବେହେରା