Advertisment

କୁନିଝିଅର ବଡ଼ କାମ, କ୍ୟାନସର ରୋଗୀଙ୍କୁ ଦାନ କଲା ନିଜ ମୁଣ୍ଡର ଚୁଟି

ମହାନତା ଦେଖାଇଲା କୁନି ଝିଅ। ନିଜେ ଲଣ୍ଡା ହୋଇ କ୍ୟାନସର ରୋଗୀଙ୍କୁ ଦେଲା ନିଜର ଚୁଟି...କହିଲା, ଜୀବନ ତ ଦେଇପାରିବିନି, ଦେଇ ଦେଲି ନିଜର ଚୁଟି। ସାରା ଜିଲ୍ଲାରୁ ଛୁଟୁଛି ପ୍ରଶଂସାର ସୁଅ

author-image
Sarbeswar
ଅଦ୍ୟତନ ହୋଇଛି
Hiar Donate

Hiar Donate

ବୟସ ୮ ହେବ...ନା ମାମାଲି ପଣ୍ଡା। ଏ ବୟସରେ ସେ ସମାଜକୁ ଚିହ୍ନିଛି ନା ସେ ସମାଜକୁ ଜାଣିଛି । ସମାଜକୁ ନବୁଝି ବି ସେ ସମାଜ ପାଇଁ ପାଲିଟିଛି ଉଦାହରଣ । ଆଉ ତୃତୀୟ ଶ୍ରେଣୀର ଛାତ୍ରୀ କ୍ୟାନ୍ସର ରୋଗୀଙ୍କ ପାଇଁ ନିଜର କେଶ ଦାନ କରି ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କୁନି ସମାଜ ସେବୀ ତଥା ପକ୍ଷୀରାଣୀ ମାମାଲି ପଣ୍ଡା । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ବୟାବନପୁର ଗ୍ରାମର ଜ୍ୟୋତି ଶଙ୍କର ପଣ୍ଡା ଓ ରଚନା ପଣ୍ଡାଙ୍କ ୮ ବର୍ଷର ଝିଅ ମାମାଲି ପଣ୍ଡା।

Advertisment

ତୃତୀୟ ଶ୍ରେଣୀରେ ପାଠପଢୁଥିବା ଏଇ ପିଲାଟି ବୟସରେ ସିନା ସାନ କିନ୍ତୁ ସାରା ଜିଲ୍ଲାରେ କୁନି ସମାଜ ସେବୀ ତଥା ପକ୍ଷୀରାଣୀ ଭାବରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ମାମାଲି। ଆଉ ଏବେ କ୍ୟାନସର ରୋଗୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଅଛନ୍ତି। କୁହନ୍ତି. ବାପାଙ୍କ ସହ ୟୁଟ୍ୟୁବରୁ ଦେଖି ସେ କ୍ୟାନସର ପୀଡିତ ଲୋକଙ୍କ ଦୁଃଖକୁ ଅନ୍ତରରୁ ଅନୁଭବ କରି ନେଇଛନ୍ତି ପଦକ୍ଷେପ । ତାଙ୍କ ପାଇଁ ନିଜର କେଶ ଦାନ କରିଛନ୍ତି । ମାମାଲି ନିଜେ ଲଣ୍ଡା ହେଲେ ସତ ହେଲେ ଏବେ ତାଙ୍କର ଏଇ ପରୋପକାରୀ ଚିନ୍ତାଧାରା ପାଇଁ ସାରା ଭଦ୍ରକରେ ଏବେ ପ୍ରିୟପାତ୍ର ପାଲଟିଗଲେ ।

କ୍ୟାନ୍ସର ରୋଗୀମାନେ କେମୋ ଥେରାପି ଯୋଗୁଁ ନିଜର କେଶ ହରାଉଥିବା ବେଳେ ଏଇ କେଶକୁ ପୁନଃ ରୋପଣ କରାଯାଇ ପାରିବ ବୋଲି ୟୁଟ୍ୟୁବରୁ ଦେଖି ମାମାଲି ନିଜ ବାପା ମାଆଙ୍କୁ ବାଧ୍ୟ କରିଥିଲେ ନିଜର କେଶ ଦେବାକୁ । ତେବେ ପରିବାର ପକ୍ଷରୁ ହାଇଦ୍ରାବାଦ ହେୟାର ଡୋନେଟ ଚେରିଟେବୁଲ ଟ୍ରଷ୍ଟ ସହ ଯୋଗାଯୋଗ ପରେ ଏପରି କେଶ ପ୍ରଦାନ କରି ନିଜେ ବେସ ଖୁସି ଥିବାବେଳେ ପରିବାର ଲୋକ ମଧ୍ୟ ବେଶ ଗର୍ବ ଅନୁଭବ କରୁଛନ୍ତି।

Advertisment

ଭଦ୍ରକରୁ ପାର୍ଥସାରଥୀ ନାଏକଙ୍କ ରିପୋର୍ଟ

Cancer Patients Donates Hair
Advertisment
Advertisment