Advertisment

ଦ୍ୱନ୍ଦ୍ୱରେ ଭାରତ : ୭୫ ନା ୭୬ତମ ସ୍ୱାଧୀନତା ଦିବସ

ସାରା ଦେଶ ଏବେ ଦ୍ୱନ୍ଦ୍ୱରେ। ଦେଶ ୭୫ ନା ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି ତାହାକୁ ନେଇ ସମସ୍ତେ ସନ୍ଦେହରେ। ଯଦି ଆପଣ ବି ଏହି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଜାଣନ୍ତୁ ପ୍ରକୃତ କଥା।

author-image
Pramod Behera
ଅଦ୍ୟତନ ହୋଇଛି
75th or 76th know which independence day

75th or 76th know which independence day

ଅଗଷ୍ଟ ୧୫, ୨୦୨୨ ଅର୍ଥାତ୍ ବ୍ରିଟିଶର ୨୦୦ ବର୍ଷର ଦାସତ୍ୱରୁ ସ୍ୱାଧୀନତାର ଦିନ। ଆଜି ସାରା ଦେଶରେ ଉଡୁଛି ତ୍ରିରଙ୍ଗା। ଦେଶ ପାଳୁଛି ‘ଆଜାଦି କା ଅମୃତ ମହୋତ୍ସବ’। ତେବେ ଅନେକ ଲୋକ ଏହାକୁ ନେଇ ସନ୍ଦେହରେ ଅଛନ୍ତି ଯେ ଆଜି ଦେଶର ୭୫ ତମ ସ୍ୱାଧୀନତା ଦିବସ ନା ୭୬ ତମ। ଆସନ୍ତୁ ଏହି ଦ୍ୱନ୍ଦ୍ୱକୁ ଦୂର କରିବା।

Advertisment

ଏହି ବର୍ଷ କେଉଁ ସ୍ୱାଧୀନତା ଦିବସ?

ଅନେକ ଲୋକ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ଦେଶ କେତେ ତମ ସ୍ୱାଧୀନତା ଦିବସ ପାଳନ କରୁଛି। ତେବେ ଏହା ନିଶ୍ଚିତ ଯେ ଏହି ବର୍ଷ ଦେଶ ଏହାର ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି।

ଏହି ଦ୍ୱନ୍ଦ୍ୱ କାହିଁକି:

ସାରା ଦେଶ ଏହି କଥାକୁ ନେଇ ଦ୍ୱନ୍ଦ୍ୱରେ ପଡିଛି। କିନ୍ତୁ ଏହା କୁହାଯାଉଛି ଯେ ଚଳିତ ବର୍ଷ ଦେଶ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ କରୁଛି। ସ୍ୱାଧୀନତାର ୭୫ତମ ବାର୍ଷିକୀରେ ଅମୃତ ମହୋତ୍ସବ ମଧ୍ୟ ସାରା ଦେଶରେ ପାଳନ କରାଯାଉଛି। ଏହା ହିଁ ହେଉଛି ଦ୍ୱନ୍ଦ୍ୱରେ ପଡ଼ିବାର ପ୍ରମୁଖ କାରଣ।

Advertisment

ଦୂର କରନ୍ତୁ ଦ୍ୱନ୍ଦ୍ୱ :

ଆମେ ସ୍ୱାଧୀନତାର କେତେ ତମ ଦିବସ ପାଳନ କରୁଛୁ ତାହା ଜାଣିବାର ସହଜ ଉପାୟ ହେଉଛି ପ୍ରଥମେ ସ୍ୱାଧୀନତା ଦିବସରୁ ଗଣନା କରନ୍ତୁ। ଦେଶ ୧୯୪୭ ରେ ପ୍ରଥମ ସ୍ୱାଧୀନତା ଦିବସ ପାଳିଥିଲା। ୧୯୫୬ରେ ୧୦ମ। ସେହିଭଳି ୧୯୬୬ରେ ୨୦ ତମ, ୧୯୯୬ରେ ୫୦ତମ, ୨୦୧୬ରେ ୭୦ତମ ଏବଂ ୨୦୨୧ରେ ୭୫ତମ ସ୍ୱାଧୀନତା ଦିବସ ପାଳନ ହୋଇଥିଲା। ଏହି ହିସାବ ଅନୁଯାୟୀ ଦେଶ ଆଜି ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି।

ଏହି ହିସାବରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାର ଆନନ୍ଦରେ ଦେଶ ତଥା ବିଶ୍ୱରେ ଭାରତୀୟ ସମୁଦାୟ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରୁଛନ୍ତି। ଯଦି ଆମେ ଏହି ଅନୁଯାୟୀ ଦେଖିବା, ତେବେ ଭାରତର ସ୍ୱାଧୀନତାର ୭୫ ବର୍ଷ ପୂରଣ ହୋଇଛି ଏବଂ ଏହା ୭୬ତମ ବର୍ଷରେ ପ୍ରବେଶ କରୁଛି। ଏବେ ସନ୍ଦେହ ଦୂର ହେଲା ତ?

Independence Day August 15 Azadi Ka Amrit Mahotsav
Advertisment
Advertisment