/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652607709.jpg)
70-year-old woman donates Rs 20 lakh to lord Jagannath
ମୃତ୍ୟୁ ପୂର୍ବରୁ ସ୍ତ୍ରୀଙ୍କୁ ନିଜ ମନର କଥା କହିଥିଲେ। ଆଉ ସେବେଠୁ ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଲାଗିପଡ଼ିଥିଲେ ସ୍ତ୍ରୀ। ଶେଷରେ ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ତ୍ରୀ। ସ୍ୱାମୀ ଯାହା ଭାବିଥିଲେ ହେଲେ କରି ପାରିନଥିଲେ ତାକୁ ପୂରଣ କରିଛନ୍ତି ସ୍ତ୍ରୀ। ଜମି ବିକି ବାଲେଶ୍ୱର ଜିଲ୍ଲା ବସ୍ତା ସଦାନନ୍ଦପୁରର ସୁପ୍ରଭା ପଣ୍ଡା ୨୦ ଲକ୍ଷ ଟଙ୍କା ଶ୍ରୀମନ୍ଦିରକୁ ଦାନ କରିଛନ୍ତି।
ସୂଚନା ଅନୁସାରେ, ସୁପ୍ରଭାଙ୍କ ସ୍ୱାମୀ ପଙ୍କଜକାନ୍ତ ପଣ୍ଡା କମର୍ସିଆଲ୍ ସେଲ୍ ଟ୍ୟାକ୍ସ ଅଫିସର ଥିଲେ। ୨୦୨୧ ମସିହାରେ ପଙ୍କଜକାନ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ହେଲେ ତାଙ୍କ ମନରେ ଜଗନ୍ନାଥଙ୍କ ପ୍ରତି ଅଗାଢ଼ ପ୍ରେମ ଓ ସମାଜ ପ୍ରତି ଭଲ ପାଇବା ଥିଲା। ଶେଷ ଥର ପଙ୍କଜକାନ୍ତ ଯେବେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ସେତେବେଳେ ଶ୍ରୀମନ୍ଦିରକୁ ଦାନ କରିବାକୁ ଚାହିଁଥିଲେ। ହେଲେ କରିପାରିନଥିଲେ। ଏହାର କିଛି ଦିନ ପରେ ଇହଧାମ ତ୍ୟାଗ କରିଥିଲେ।
ହେଲେ ମୃତ୍ୟୁ ପୂର୍ବରୁ ପଙ୍କଜକାନ୍ତ ସ୍ତ୍ରୀଙ୍କୁ ନିଜ ମନର କଥା ଜଣାଇଥିଲେ। ଆଉ ସେବେଠୁ ସ୍ୱାମୀଙ୍କ ଇଚ୍ଛା ପୂରଣ କରିବାକୁ ଲାଗିପଡ଼ିଥିଲେ ସୁପ୍ରଭା। କଟକରେ ଥିବା ୨୪ ଡିସିମିଲ୍ ଜମିକୁ ସେ ବିକ୍ରି କରିଥିଲେ। ସେଥିରୁ ୨୦ ଲକ୍ଷ ଟଙ୍କା ଶ୍ରୀମନ୍ଦିରକୁ ଦାନ କରିଛନ୍ତି। ବଳକା ୧୫ ଲକ୍ଷ ଟଙ୍କା ବସ୍ତାର ଶମ୍ଭୁନାଥ ହାଇସ୍କୁଲକୁ ଦାନ କରିଛନ୍ତି। ସୁପ୍ରଭାଙ୍କ ବଦାନ୍ୟତା ଓ ଦିବଙ୍ଗତ ସ୍ୱାମୀଙ୍କ ପ୍ରତି ଅନୁରକ୍ତି ଏବେ ଅନ୍ୟଙ୍କ ପାଇଁ ଉଦାହରଣ ସାଜିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)