Advertisment

ଗୋଟିଏ ବାଇକ୍‌ରେ ୭ ଜଣଙ୍କୁ ନେଇ ବାହାରିଲେ ବ୍ୟକ୍ତି

ସାଧାରଣତଃ ଗୋଟିଏ ବାଇକ୍‌ରେ କେବଳ ୨ ଜଣ ବସିବାର ନିୟମ ରହିଛି। ବେଳେବେଳେ ଜରୁରୀକାଳୀନ ପରିସ୍ଥିତିରେ ୩ ଜଣ ବସିବା ସମସ୍ତେ ଦେଖିଥିବେ। ତେବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏକ ଭିଡିଓରେ ଗୋଟିଏ ବାଇକ୍‌ରେ ୭ ଜଣ ବସିଥିବା ଦେଖାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
7 people ride on single bike

7 people ride on single bike

ଆମ ଦେଶରେ ପ୍ରାୟ ଲୋକ ଅଳପ ସମ୍ବଳରେ ବେଶି ଫଳ ପାଇବାକୁ ଚାହାନ୍ତି। ଭାରତୀୟ ଲୋକଙ୍କ ଏହି ଟେକ୍ନୋଲୋଜୀକୁ ଦେଶୀ ଭାଷାରେ ଜୁଗାଡ୍‌ ଭିଡିଓ କୁହାଯାଏ। ସରକାର ଗଠନ ଠାରୁ ଆରମ୍ଭ କରି ଛୋଟ ମେସିନ୍ ତିଆରି କରିବା ପର୍ଯ୍ୟନ୍ତ, ଜୁଗାଡ୍ ଚାଲିଥାଏ। ଅନେକ ଲୋକ ମାଗଣାରେ ଜିନିଷ ପାଇବା ପାଇଁ ଜୁଗାଡ୍ ମଧ୍ୟ କରନ୍ତି। ବର୍ତ୍ତମାନ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ସାଧାରଣତଃ ଗୋଟିଏ ବାଇକ୍‌ରେ କେବଳ ୨ ଜଣ ବସିବାର ନିୟମ ରହିଛି। କିନ୍ତୁ ବେଳେବେଳେ ଲୋକମାନେ ଜରୁରୀକାଳୀନ ପରିସ୍ଥିତିରେ ୩ ଜଣ ବସିବା ସମସ୍ତେ ଦେଖିଥିବେ। ତେବେ ଏହି ସମୟରେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓରେ ୨ କି ୩ ନୁହେଁ ଗୋଟିଏ ବାଇକ୍‌ରେ ୭ ଜଣ ବସିଥିବା ଦେଖାଯାଏ। ଗୋଇଟିଏ ବାଇକ୍‌ରେ ଏତେ ଲୋକଙ୍କୁ ବସେଇ ନେବାର କଳା ଦେଖିବା ଭଳି।

ଏହି ଭାଇରାଲ୍‌ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ବ୍ୟକ୍ତି ନିଜ ପରିବାର ସହିତ କୌଣସି ଏକ ସ୍ଥାନକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ନିଜେ ବାଇକ୍ ଧରି ଛିଡା ହୋଇଛନ୍ତି ଏବଂ ତାଙ୍କ ପାଖରେ ୨ଜଣ ମହିଳା ଓ ୪ ଜଣ ପିଲା ମଧ୍ୟ ଅଛନ୍ତି। ଗୋଟିଏ ପରିବାର ସମୁଦାୟ ୭ ଜଣ ଲୋକ ଗୋଟିଏ ବାଇକରେ କିପରି ବସିବେ ସେନେଇ ଯୋଜନା କରୁଛନ୍ତି ଏବଂ ତା’ପରେ ଆରମ୍ଭ ହୋଇଯାଏ ଯୁଦ୍ଧ। ସେ ଦୁଇ ପିଲାଙ୍କୁ ତେଲ ଟାଙ୍କି ଉପରେ ବସେଇବା ନେଇ ପ୍ରସ୍ତୁତ କରୁଛନ୍ତି।

Advertisment

ବାଇକ ଆରୋହୀ ନିଜେ ମଝିରେ ବସୁଛନ୍ତି। ଜଣେ ମହିଳା ପଛରେ ଓ ଜଣେ ପିଲା ତାଙ୍କ କୋଳରେ ବସନ୍ତି। ତା’ପରେ ଆଉ ଜଣେ ମହିଳା ଅନ୍ୟ ଜଣେ ପିଲାକୁ ନିଜ କୋଳରେ ଧରି ତା ପଛକୁ ଆଡଜଷ୍ଟ ହୁଅନ୍ତି। ଯିଏ ଏହି ଭିଡିଓ ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛି ଯେ ଏମିତି କେମିତି ହେଲା।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ୱିଟର୍‌ରେ supriyasahuias ନାମକ ଏକ ଆକାଉଣ୍ଟରେ ଶେୟାର ହୋଇଛି। ଖବର ଲେଖାହେବା ବେଳକୁ ଭିଡିଓଟି ୨୯.୨ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଥିଲା। ଏହି ଭିଡିଓକୁ ଅନେକ ପ୍ରତିକ୍ରିୟା ମିଳୁଥିବା ବେଳେ ଜଣେ କହିଛନ୍ତି ଯେ ଏମାନେ ଜୀବନକୁ ବାଜି ଲଗେଇ ରାସ୍ତାକୁ ଆସୁଛନ୍ତି। ଏଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି।

Viral Video Ajab Gajab
Advertisment
Advertisment