• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମହଙ୍ଗା ପଡ଼ିଲା ନେକେଡ୍‌ ଡ୍ୟାନ୍ସ । ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ବିଜୟପୁର ଗାଁ ନିକଟରେ ଦେଖିବାକୁ ମିଳିଛି ଏହିପରି ଲଜ୍ଜ୍ୟାଜନକ ଦୃଶ୍ୟ । ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି । ଗିରଫ ୭ ଜଣ ଙ୍କ ମଧ୍ୟରୁ ୬ଜଣ ମହିଳା ହୋଇଥିବା ବେଳେ ଜଣେ ତାଙ୍କ ଟିମ୍ ମ୍ୟାନେଜର ସନ୍ତୋଷ କୁମାର ସାହୁ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ଭୁବନେଶ୍ଵରର ଏହି ମହିଳା ଦଳ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ରେକର୍ଡ ଡ୍ୟାନ୍ସ ନାମରେ ନଗ୍ନ ନୃତ୍ୟ କରୁଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସେମାନଙ୍କୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ସମସ୍ତ ୭ଜଣଙ୍କୁ ଆଜି ଗୁଣପୁର କୋର୍ଟକୁ ବିଚାର ପାଇଁ ପଠେଇ ଦିଆଯାଇଛି । ଗିରଫ ୭ଜଣ ଜାମିନରେ ଖଲାସ ହୋଇଥିବା ମଧ୍ୟ ଜଣାପଡିଛି ।