Advertisment

ଆଶ୍ଚର୍ଯ୍ୟ ! DJ ମ୍ୟୁଜିକ୍‌ରେ ମରିଗଲେ ୬୦ରୁ ଅଧିକ କୁକୁଡ଼ା ! ଥାନାରେ ପହଞ୍ଚିଲେ ମାଲିକ

ବିବାହ ପ୍ରୋସେସନ୍‌ରେ ଜୋର୍‌ରେ ସାଉଣ୍ଡ ଦେଇ ଡିଜେ ମ୍ୟୁଜିକ୍‌ ବଜାଇବାରୁ ୬୩ଟି କୁକୁଡ଼ା ମରି ଯାଇଥିବା ଅଭିଯୋଗ ହୋଇଛି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Chicken Die Due To DJ Music

Chicken Die Due To DJ Music

ନୀଳଗିରି: ଡିଜେ ମ୍ୟୁଜିକ୍‌ ବାଜିବାରୁ ମରିଗଲେ ୬୦ରୁ ଅଧିକ କୁକୁଡ଼ା। ବିବାହ ପ୍ରୋସେସନ୍‌ରେ ଜୋର୍‌ରେ ସାଉଣ୍ଡ ଦେଇ ଡିଜେ ମ୍ୟୁଜିକ୍‌ ବଜାଇବାରୁ ୬୩ଟି କୁକୁଡ଼ା ମରି ଯାଇଥିବା ଅଭିଯୋଗ ହୋଇଛି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଏଭଳି ଅଭିଯୋଗ ଆସିଛି। 

Advertisment

ଅଭିଯୋଗ ଅନୁଯାୟୀ, ରବିବାର ଦିନ କାଣ୍ଡଗରଡ଼ି ଗାଁରେ ଏକ ବିବାହ ପ୍ରୋସେସନ୍‌ରେ ଜୋର୍‌ରେ ସାଉଣ୍ଡ ଦେଇ DJ ମ୍ୟୁଜିକ୍‌ରେ ବରଯାତ୍ରୀମାନେ ଡ୍ୟାନ୍ସ କରିଥିଲେ। ଏହି ସମୟରେ ଗାଁର ରଞ୍ଜିତ ପରିଡ଼ାଙ୍କ କୁକୁଡ଼ା ଫାର୍ମ ନିକଟରେ ପ୍ରୋସେସନ୍ ରହିଥିଲା ଓ ବହୁ ସମୟ ଧରି  ଅତି ଉଚ୍ଚ ଶବ୍ଦରେ DJ ମ୍ୟୁଜିକ୍‌ ବାଜିଥିଲା। କମ୍‌ ଶବ୍ଦରେ ମ୍ୟୁଜିକ୍‌ ବଜାଇବାକୁ ରଞ୍ଜିତ ବରଯାତ୍ରୀଙ୍କ ପାଖରେ ନେହୁରା ହୋଇଥିଲେ। ହେଲେ କେହି ତାଙ୍କ କଥା ଶୁଣିନଥିଲେ। ଫଳରେ ଅତି ଉଚ୍ଚ ଶବ୍ଦ ଯୋଗୁ ଫାର୍ମରେ ୬୩ଟି କୁକୁଡ଼ା ମରି ଯାଇଥିବା ରଞ୍ଜିତ ଅଭିଯୋଗ କରିଛନ୍ତି।

କ୍ଷତିପୂରଣ ଦାବି କରି ରଞ୍ଜିତ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଜୋର୍‌ରେ ସାଉଣ୍ଡ ଦେଇ ଡିଜେ ମ୍ୟୁଜିକ୍‌ ବଜାଇବାରୁ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ଫାର୍ମ ମାଲିକ ରଞ୍ଜିତ ଥାନାରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ‘ଏକ ବିବାହ ପ୍ରୋସେସନରେ ଜୋରରେ DJ ମ୍ୟୁଜିକ୍‌ ବଜାଇବା ଯୋଗୁ ଫାର୍ମରେ ଥିବା ୬୩ଟି କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। ଏନେଇ ସେମାନଙ୍କୁ କହିବାରୁ ସେମାନେ ମୋତେ ଗାଳିଗୁଲଜ କରିଥିଲେ। ଏହାପରେ ସମାଧାନ ପାଇଁ କହିଥିଲେ। ହେଲେ ସମାଧାନ ନହେବାରୁ ଥାନାର ଦ୍ୱାରସ୍ଥ ହେବାକୁ ପଡ଼ିଲା’।

Advertisment

ଅନ୍ୟପକ୍ଷେ, ନୀଳଗିରି ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

DJ Music DJ Kills Chickens Chickens Dead
Advertisment
Advertisment