• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜାଲରେ ପଡ଼ିଲା ବଡ଼ମାଛ । ଖରସ୍ରୋତା ନଦୀର ଯୋକଡ଼ଇା ଆନିକଟରେ ଧୀବରଙ୍କ ଜାଲରେ ୬ଟି ବିଶାଳକାୟ ମାଛ ଧରାପଡିଛନ୍ତି । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଂଚଳ ଏହି ଆନିଟକରେ ଏତେ ବଡ଼ଧରଣର ମାଛ ଧୀବର ଜାଲରେ ପଡିଛନ୍ତି । ସ୍ଥାନୀୟ ଧୀବର ମାନେ ଯୋକଡିଆ ଆନିକଟ ନିକଟରେ ନଦୀରେ ଜାଲ ଲଗାଇଥିବାବେଳେ ୬ ଟି ଅମଛା ମାଛ ଧରାପଡିଥିଲେ ।

ଦେଖନ୍ତୁ ଜାଲରେ ପଡିଥିବା ବିଶାଳକାୟ ମାଛ :-

କିଲୋ ଓଜନର ଗୋଟିଏ ବଡ଼ମାଛ ଜାଲରେ ପଡିଥିଲା । ଅନ୍ୟ ସବୁ ମାଛର ଓଜନ ମଧ୍ୟ ୫୦ କିଲୋରୁ ୭୦ କେଜି ମଧ୍ୟରେ ରହିଛି । ମାଛ ଗୁଡିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଲାଗିଥିଲା । ଧୀବର ମାନେ ମାଛକୁ କାଟି ସ୍ଥାନୀୟ ଲୋକଙ୍କୁ ବିକ୍ରି କରିଥିବା ଜଣାପଡିଛି । ତେବେ ଏତେ ବଡ଼ ଧରଣର ମାଛ ନଦୀକୁ କେଉଁଠାରୁ ଆସିଲେ ତାହା ଜଣାପଡି ନାହିଁ ।

ସେହିପରି ଗତ କିଛି ଦିନ ପୂର୍ବରୁ ମଧ୍ୟ ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କିରେ ଗୋଟିଏ ତେଲିଆ ବୋରେଇ ମାଛ ସତ୍ସଜୀବୀଙ୍କ ଜାଲରେ ପଡିଥିଲା । ଯାହା ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଥିଲା ।  ମାଛଟିର ଓଜନ ୨୮ କେଜି ହୋଇଥିବା ବେଳେ ଏହା କିଲୋ ପ୍ରତି ୨୩ ହଜାରରେ ବିକ୍ରି ହୋଇଛି । ମୁମ୍ବାଇର ଜଣେ ବ୍ୟବସାୟୀ ଏହି ମାଛଟି କୁ କିଣି ନେଇଥିଲେ । ଯାହା ପରେ ମାଛଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଥିଲା ।