/odishatv-khabar/media/post_attachments/uploadimage/library/16_9/16_9_0/5T_school_1689435883.jpg)
5T school
ଗେଟ୍ରେ ତାଲା...ସ୍କୁଲ ଗୃହରେ ତାଲା । ଗେଟ୍ ସାମ୍ନାରେ ବସି ହୋହାଲ୍ଲା କରିବା ସହିତ ଧାରଣାରେ ବସି ଦାବି ପୂରଣ ଲାଗି ନାରା ଦେଉଛନ୍ତି ସ୍କୁଲ ପିଲା । ହଠାତ୍ ପିଲାମାନେ କାହିଁକି ଏମିତି ଧାରଣା ଦେଲେ କିଛି ବୁଝାପଡ଼ିବନି । କିନ୍ତୁ ସତ ଜାଣିବା ପରେ ଆପଣ ବି ଶିକ୍ଷାବ୍ୟବସ୍ଥା ଉପରେ ଉଠାଇବେ ପ୍ରଶ୍ନ ।
ଭଦ୍ରକ ରମ୍ଭିଳା ଉଚ୍ଚ ବିଦ୍ୟାଳୟର । ସ୍କୁଲ 5-T ଅଧିନକୁ ଗଲା । ବିଦ୍ୟାଳୟର ରୂପରେଖ ବଦଳିଲା । ସମସ୍ତେ ଆଶା କଲେ ଗାଁ ବିଦ୍ୟାଳୟରେ ଏବେ ପାଠପଢା ସୁଧୁରିବ । ଯୋଜନା ଅନୁସାରେ ସ୍କୁଲ୍ ଚକଚକ ବି ହେଲା । କିନ୍ତୁ ବାହାର ପୂରା ଫମ୍ପା ହୋଇଗଲା । ଅର୍ଥାତ୍ ସ୍କୁଲରେ ଶିକ୍ଷକ ଅଭାବ ପାଇଁ ପିଲାମାନେ ପାଠ ପଢିବାରେ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି । ପରୀକ୍ଷା ପାଖେଇ ଆସୁଥିବାରୁ କେମିତି ବହି ଶେଷ ହେବ ସେହି ଚିନ୍ତାରେ ଛାତ୍ରଛାତ୍ରୀ ।
୧୯୮୫ ମସିହାରେ ଏହି ସ୍କୁଲ ନିର୍ମାଣ ହୋଇଥିଲା । ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ସ୍କୁଲଟି 5T ଅଧୀନକୁ ଗଲା । ହେଲେ ସେବେଠାରୁ ଶିକ୍ଷକ ମରୁଡି ପଡିଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ସ୍କୁଲରେ ୯ମ ଓ ୧୦ମ ଶ୍ରେଣୀରେ ୧୮୦ ଜଣ ଛାତ୍ରଛାତ୍ରୀ ଥିବା ଶିକ୍ଷକ ଅଛନ୍ତି ମାତ୍ର ୪ ଜଣ । ସେଥିରେ ପୁଣି ଇଂରାଜୀ ଓ ଗଣିତ ବିଭାଗରେ ଶିକ୍ଷକ ନାହାନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ କି, ସ୍କୁଲରେ କେବଳ ହିନ୍ଦୀ ଓ ସଂସ୍କୃତ ପାଠ ପଢାଯାଉଥିବା ବେଳେ ଅନ୍ୟ ବିଷୟ ପଢାଉନାହାନ୍ତି ଶିକ୍ଷକ । ଅର୍ଥାତ୍ ମୋଟ୍ ୬୦୦ରୁ ୧୦୦ ମାର୍କର ପିଲାଙ୍କୁ ପାଠ ପଢାଯାଉଥିବା ବେଳେ ୫୦୦ ମାର୍କର ବହି ଖୋଲନ୍ତି ନାହିଁ ପିଲା ।
ସ୍କୁଲର ଏମିତି ଅବସ୍ଥାକୁ ନେଇ ଅଭିଭାବକ ବାରମ୍ବାର ପ୍ରଶାସନକୁ ଜଣାଇଛନ୍ତି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ଥରେ ନୁହେଁ ବାରମ୍ବାର ଅଭିଯୋଗ ପରେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ବାଧ୍ୟ ହୋଇ ଏମିତି ପନ୍ଥା ଆପଣାଇଛନ୍ତି ସ୍ଥାନୀୟ ଲୋକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)