/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674972195.jpg)
500-bed super speciality hospital lying shut for 4 years since completion in Berhampur
ବନ୍ଦ ପଡ଼ିଛି ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଶୀତଳାପଲିଠାରେ ଟାଟା ପକ୍ଷରୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲ୍ର ନିର୍ମାଣ ହୋଇଥିଲା। ହସ୍ପିଟାଲ୍ ନିର୍ମାଣ କାମ ଶେଷ ହେବାର ଇତି ମଧ୍ୟରେ ୪ ବର୍ଷରୁ ଅଧିକ ସମୟ ବିତିଲାଣି। କୋଭିଡ୍ ସ୍ଥିତି ସମୟରେ ଏହି ହସ୍ପିଟାଲ୍ କାର୍ଯ୍ୟକାରୀ ହୋଇଥିଲା, ଏବେ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି। ଫଳରେ ସେଥିରେ ଥିବା ବହୁ ସରଞ୍ଜାମ ନଷ୍ଟ ହେବାକୁ ବସିଲାଣି।
ଶୀତଳାପଲିଠାରେ ଏକ ସୁପର ସ୍ପେଶାଲିଟି ହସ୍ପିଟାଲ୍ ନିର୍ମାଣ ଲାଗି ଟାଟା କମ୍ପାନୀକୁ ସରକାର ୪୪ ଏକର ଜାଗା ଦେଇଥିଲେ। ୨୦୧୪ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହସ୍ପିଟାଲର ଶୁଭ ଦେଇଥିଲେ। ଦ୍ରୁତ ଗତିରେ ୫୦୦ ଶଯ୍ୟା ବିିଶିଷ୍ଟ ଏହି ହସ୍ପିଟାଲର ନିର୍ମାଣ ବି ହେଲା। ୨୦୧୯ରେ ଦେଖା ଦେଇଥିବା କୋଭିଡ୍ ସ୍ଥିତି ଯୋଗୁ ଏହି ହସ୍ପିଟାଲ୍କୁ କୋଭିଡ ହସ୍ପିଟାଲ୍ ଭାବେ ବ୍ୟବହାର କରାଗଲା। ତେବେ କୋଭିଡ୍ ସ୍ଥିତି ନିୟନ୍ତ୍ରଣ ପରେ ଏହି ହସ୍ପିଟାଲ୍କୁ ବନ୍ଦ କରି ଦିଆଯାଇଛି। ହସ୍ପିଟାଲ୍ରେ ତାଲା ଝୁଲୁଛି। ଏପରିିକି ଏକ ଘରୋଇ ସଂସ୍ଥାକୁ ଏହା ବିକ୍ରି କରିଦେବାକୁ ଯୋଜନା ଚାଲିଥିବା ଅଭିଯୋଗ ହୋଇଛି। ତେଣୁ ତୁରନ୍ତ ଏହି ହସ୍ପିଟାଲ୍କୁ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।
#ବନ୍ଦ_ପଡିଛି_୫_ଶହ_ଶଯ୍ୟା_ବିଶିଷ୍ଟ_ହସ୍ପିଟାଲ୍
ମେଡିକାଲ କାମ ସରିଲା, ହେଲେ ମିଳିଲାନି ଚିକିତ୍ସା ସୁବିଧା। ସ୍ୱପ୍ନରେ ରହିଗଲା ସୁପର ସ୍ପେଶାଲିଟି ଚିକିତ୍ସା ସୁବିଧା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରୁ ଏଭଳି ଅଭିଯୋଗ ଆସିଛି...#Berhampur#Odishapic.twitter.com/aJFs48y5ey— ଓଟିଭି (@otvkhabar) January 29, 2023
ଦକ୍ଷିଣ ଓଡ଼ିଶାରେ ଉନ୍ନତ ସ୍ୱାସ୍ଥ୍ୟସେବା ଏକ ପ୍ରମୁଖ ସମସ୍ୟା। ଚିକିତ୍ସା ଲାଗି ବ୍ରହ୍ମପୁରରେ ରହିଛି MKCG ମେଡିକାଲ କଲେଜ ଓ ହସ୍ପିଟାଲ୍। ଏଠାରେ ମଧ୍ୟ ଉନ୍ନତ ଚିକିତ୍ସା ସେବା ମିଳୁନଥିବାରୁ ଅନେକ ସମୟରେ ରୋଗୀ କଟକ ଓ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥାନ୍ତି। ଟାଟା ସୁପର ସ୍ପେଶାଲିଟି ହସ୍ପିଟାଲ୍ ଶୀଘ୍ର ଖୋଲି ପାରିଲେ ଲୋକଙ୍କୁ ଉନ୍ନତ ଚିକିତ୍ସା ସୁବିଧା ମିଳିପାରନ୍ତା। ତେବେ ହସ୍ପିଟାଲ୍ ଖୋଲିବା ନେଇ ଉପର ସ୍ତରରେ ଆଲୋଚନା ଚାଲିଛି ଏବଂ ଖୁବ୍ ଶୀଘ୍ର ଏହି ହସ୍ପିଟାଲ୍ ଲୋକଙ୍କ ପାଇଁ ଖୋଲାଯିବ ବୋଲି ବ୍ରହ୍ମପୁର ସାଂସଦ କହିଛନ୍ତି।
(ରିପୋର୍ଟ- ଅଶୋକ ବ୍ରହ୍ମା, ବ୍ରହ୍ମପୁର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)