Advertisment

ରାତି ଅଧରେ ନଦୀରୁ ମାଛ ମାରୁଥିଲେ, ହଠାତ୍‌ ଘଟିଲା ଏମିତି କିଛି...

ବେଆଇନ୍ ଭାବେ ମାଛ ମାରୁଥିବା ବେଳେ ୪ଟି ଟ୍ରଲର ଜବତ ହୋଇଛି। ଏହି ମାମଲାରେ ୩୨ କର୍ମଚାରୀଙ୍କୁ ଅଟକ ରଖି ମିଳିତ ଟିମ୍ ପଚରାଉଚରା କରୁଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Trawlers Seized

Trawlers Seized

ବେଆଇନ୍ ଭାବେ ମାଛ ମାରୁଥିବା ବେଳେ ୪ଟି ଟ୍ରଲର ଜବତ ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନଦୀ ମୁହାଁଣରେ ବେଆଇନ୍‌ ଭାବେ ମାଛ ମାରୁଥିବାବେଳେ ଚଡାଉ କରି ୪ଟି ଟ୍ରଲରକୁ ଜବତ କରାଯାଇଛି। ବନ ବିଭାଗ, ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ଟିମ୍‌ ମିଳିତ ଚଢ଼ାଉ କରି ଏହି ସବୁ ଟ୍ରଲର ଜବତ କରିଛି।

Advertisment

ଏହି ମାମଲାରେ ୩୨ କର୍ମଚାରୀଙ୍କୁ ଅଟକ ରଖି ମିଳିତ ଟିମ୍ ପଚରାଉଚରା କରୁଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରିରେ ଦେବୀ ନଦୀ ମୁହାଣ ପାଶ୍ୱବର୍ତ୍ତୀ ସମୁଦ୍ରର ନିଷିଦ୍ଧାଞ୍ଚଳରେ ମାଛ ମରାଯାଉଥିବା ବନ ବିଭାଗ ଖବର ପାଇଥିଲା।  ସାମୁଦ୍ରିକ ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକଙ୍କ ନେତୃତ୍ୱରେ ଟିମ ରେଡ୍ କରିଥିଲା।  

ଜବତ ଟ୍ରଲର ମଧ୍ୟରେ ପାରାଦୀପର ୩ଟି ଏବଂ ବାଲେଶ୍ୱର ଅଞ୍ଚଳର ଗୋଟିଏ ଟ୍ରଲର ରହିଛି। ସମୁଦ୍ର ଉପକୂଳରେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷିତ ଆଗମନ, ଅଣ୍ଡାଦାନ ଓ ପ୍ରଜନନ ପାଇଁ ସମୁଦ୍ର କୂଳରୁ ୫ କିଲୋମିଟର ଓ ଦେବୀ ମୁହାଣର ୧୦ କିଲୋମିଟର ମଧ୍ୟରେ ଯନ୍ତ୍ରଚାଳିତ ଡଙ୍ଗାରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି।

Advertisment
Trawlers Seized Illegal Fishing
Advertisment
Advertisment