Advertisment

ଗାଡ଼ି ଧକ୍କାରେ ଚାଲିଗଲା ୩ ଜୀବନ, ପିକ୍‌ନିକ୍‌ ସାରି ଘରକୁ ଫେରୁଥିଲେ...

ପିକ୍‌ନିକ୍‌ ସାରି ଘରକୁ ଫେରୁଥିବା ବେଳେ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ ଦୁର୍ଘଟଣାରେ ଆଉ ଜଣଙ୍କ ଜୀବନ ଚାଲି ଯାଇଛି। ବଲାଙ୍ଗିରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Road Accident

Road Accident

ବଲାଙ୍ଗିର: ପିକ୍‌ନିକ୍‌ ସାରି ଘରକୁ ଫେରୁଥିବା ବେଳେ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ବଲାଙ୍ଗିର-ସୋନପୁର ଏନ୍ଏଚ୍ ୫୭ ରଣ୍ଡା ଛକରେ ଆଜି ଭୋର ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋକୁ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ସୁନ୍ଦରଗଡ଼ ଖଣ୍ଡାଧାରରୁ ପିକ୍‌ନିକ୍‌ ସାରି ଏକ ବୋଲେରୋରେ କିଛି ଲୋକ ଘରକୁ ଫେରୁଥିଲେ। ଏହି ସମୟରେ ବଲାଙ୍ଗିର-ସୋନପୁର ଏନ୍ଏଚ୍ ୫୭ ରଣ୍ଡା ଛକରେ ଏକ ଅଜଣା ଗାଡ଼ି ବୋଲେରୋକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ୪ ଜଣ ଗୁରୁତରଙ୍କୁ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ଆଉ ଜଣେ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ଗାଡ଼ି ଧରି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେହିପରି ବଲାଙ୍ଗିର-ସୋନପୁର ରାଜରାସ୍ତାର ବେଲବାହାଲି ଛକ ନିକଟରେ ବାଇକ୍‌ ଦୁର୍ଘଟଣାରେ ଜଣକ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ‌ଆହତ ହୋଇଛନ୍ତି। ପୁଇଁତଳା ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Road Accident Accident
Advertisment
Advertisment