• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସକାଳୁ ସକାଳୁ ଦୁଃଖଦ ଖବର । ସୋନପୁରର ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୩ ଜଣ ପ୍ରାଣ ହରାଇଥିବା ବେଳେ ୫ ଗୁରୁତର ହୋଇଛନ୍ତି । ଛିଡ଼ା ହୋଇଥିବା ଅଟୋ ଓ ବାଇକକୁ ଏକ କାର୍ ଧକ୍କା ଦେବା ଫଳରେ ଏପରି ଏକ ଦୁର୍ଘଟଣା ଘଟିଛି । ଅଟୋରେ ଥିବା ୭ ବ୍ୟବସାୟୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ଘଟାଇଥିବା କାର୍‌ରେ କେତେ ଜଣ ଥିଲେ ଜଣାପଡ଼ି ନାହିଁ । କାର୍ ଭିତରେ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ଥ୍ରି ଷ୍ଟାର ଡ୍ରେସ୍ ରହିଛି ।

ଆଜି ସକାଳୁ ସକାଳୁ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବଡବହାଲି ଛକ ନିକଟରେ ଏକ ଅଟୋ ଓ ବାଇକକୁ ସୋନପୁରରୁ ବଲାଙ୍ଗୀର ଆଡ଼କୁ ଯାଉଥିବା କାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ସେହିଭଳି ବାଇକ ଆରୋହୀ ମଧ୍ୟ ଗୁରୁତର ହୋଇଛି । ମୃତକମାନେ ସମସ୍ତେ ବଲାଙ୍ଗୀର ଜିଲ୍ଲା ରାଘପାଲି ଅଂଚଳର ବୋଲି ଜଣାପଡିଛି । ସବୁଦିନ ଭଳି ଆଜି ମଧ୍ୟ ରାଘପାଲି ଅଞ୍ଚଳରୁ ଏକ ଅଟୋରେ ପନିପରିବା ଚାରା ବିକ୍ରୀ କରିବାକୁ ଆସୁଥିବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି ।

ସମସ୍ତ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା କାର୍ ଚାଳକ ଘଟଣାସ୍ଥଳରୁ ଫେରାର ମାରିଥିବା ଜଣାପଡ଼ିଛି । ଗାଡି ଭିତରୁ ଏକ ପୋଲିସ ପୋଷାକ ମିଳିଥିବାରୁ ସେଥିରେ ପୋଲିସ ବିଭାଗର ଅଧିକାରୀ ଓ ଅନ୍ୟମାନେ ଥିବା ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ସମ୍ପର୍କରେ ଏଯାଏଁ କିଛି ତଥ୍ୟ ମିଳିପାରିନାହିଁ ।