• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାଣି ନାଁରେ ବି ବିଷ । ଖରା ତାତିରୁ ରକ୍ଷା ପାଇବା ପାଇଁ ରଖାଯାଉଥିବା ଜଳଛତ୍ରରେ ବିଷ ମିଶାଯାଇଥିବା ଅଭିଯୋଗ ହୋଇଛି । ମାଲକାନଗିରି ଏମଭି ୭୯ ଥାନା ଶିମିଳିବାଞ୍ଛା ପଞ୍ଚାୟତର ଏମ୍ଭି ୪୯ ଗାଁରେ ଏହି ଅଘଟଣ ଘଟିଛି । ଜଳଛତ୍ର ମାଠିଆରୁ ବିଷାକ୍ତ ପାଣି ପିଇ ୩ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ଜଳଛତ୍ର ମାଠିଆରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ଜଳଛତ୍ରରୁ ପାଣି ପିଇ ଜଣେ ନାବାଳକ ସମେତ ୩ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ଗୁରୁତରଙ୍କୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଛି ।

 ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଗ୍ରୀଷ୍ମ ପ୍ରଭାବ । ଖରା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ଉପାୟମାନ ଆପଣାଉଛନ୍ତି । ଏନେଇ ଲୋକମାନେ ଛତା, ଜଳଛତ୍ର ଆଦି ଉପରେ ନିର୍ଭର କରି ରହିଥାନ୍ତି । ଏହିପରି ସ୍ଥିତିରେ ଜଳଛତ୍ରରେ ବିଷ ମିଶାଇବା ଘଟଣାଟି ଚାଞ୍ଚଲ୍ୟ ସୃଷ୍ଟି କରିଛି । 

 

OTV is now on Whatsapp

Join and get latest news update delivered to you via whatsapp

Join Now