• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କାର୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପଞ୍ଚୁକୋଟ ଢାବା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ହୋଇଛି। 

ସୂଚନା ଅନୁସାରେ, କାର୍‌ରେ ଡ୍ରାଇଭରଙ୍କ ସମେତ ୩ ଜଣ ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲେ। ଏହି ସମୟରେ ବୋଲଗଡ଼ ପଞ୍ଚୁକୋଟ ଢାବା ନିକଟରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କାର୍‌ରେ ଥିବା ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

ମୃତକଙ୍କ ପରିଚୟ ମିଳିପାରି ନଥିବାବେଳେ ପ୍ରକୃତରେ ସେମାନେ କେଉଁ ସ୍ଥାନକୁ ଯାଉଥିଲେ, ତାହା ଜଣାପଡ଼ିନି। କାର୍‌ର ନମ୍ବର ପ୍ଲେଟ୍‌ ଗୁଜରାଟର ହୋଇଥିବା ଜଣାପଡ଼ିଛି।