Advertisment

ପୁରୀ ଦର୍ଶନ ସାରି ଫେରୁଥିଲେ ଯାତ୍ରୀ; ରାସ୍ତାରେ ଓଲଟିଲା ବସ

ପୁରୀ ଦର୍ଶନ ସାରି ଫେରିବା ବାଟରେ ଅଘଟଣା । ବସ୍ ଓଲଟି ୨୫ ଆହତ । ଗଂଜାମ ଜିଲ୍ଲା ରମ୍ଭା୧୬ ନମ୍ବର ଜାତୀୟ ରାଜପଥରେରେ ଘଟିଛି ଏହି ଦୁର୍ଘଟଣା । ପେଟ୍ରୋଲ ପମ୍ପ ନିକଟରେ ବସ୍ ଓଲଟି ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
25 passengers sustain injuries after the bus they were travelling in overturns

25 passengers sustain injuries after the bus they were travelling in overturns

ପୁରୀ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା। ଗଞ୍ଜାମ ଜିଲ୍ଲା ରମ୍ଭା ୧୬ ନମ୍ବର ଜାତୀୟ ରାଜପଥରେ ବସ୍‌ ଓଲଟି ୨୫ ଜଣ ଆହତ ହୋଇନ୍ତି। ପେଟ୍ରୋଲ ପମ୍ପ ନିକଟରେ ବସ୍‌ଟି ଓଲଟି ପଡ଼ିଥିଲା। ଆହତ ଯାତ୍ରୀଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

Advertisment
25 passengers sustain injuries after the bus they were travelling in overturns  ( ଆହତ ଯାତ୍ରୀ)

ସୂଚନା ଅନୁସାରେ, ବସ୍‌ଟି ୪୮ ଜଣ ଯାତ୍ରୀଙ୍କୁ ନେଇ ଚେନ୍ନାଇରୁ ପୁରୀ ଆସିଥିଲା। ପୁରୀ ଦର୍ଶନ ସାରି ଫେରୁଥିବା ବେଳେ ରମ୍ଭା ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଗାଡ଼ି ଓଲଟି ପଡ଼ିଥିଲା। ଖବର ପାଇ ରମ୍ଭା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ପଠାଇଥିଲେ।

NH ମରାମତି କାମ ଚାଲିଥିବା ବେଳେ ଭାରସାମ୍ୟ ହରାଇ ଚେନ୍ନାଇରୁ ଆସିଥିବା ଏହି ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଥିବା ଜଣାପଡିଛି ।

Advertisment
Bus Accident
Advertisment
Advertisment