• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସାଧାରଣତନ୍ତ୍ର ଦିବସ ଅବସରରେ ୯୩୯ ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ

  • ୬୬୨ ଜଣ ଉତ୍କୃଷ୍ଟ ସେବା, ୮୮ ଜଣ ଉଲ୍ଲେଖନୀୟ ସେବା ପାଇଁ ମନୋନୀତ

  • ୧୮୯ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପୁରସ୍କୃତ କରାଯିବ

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ । ଦେଶରେ ମୋଟ ୯୩୯ ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ । ଉତ୍କୃଷ୍ଟ ସେବା ପାଇଁ ୬୬୨ ଜଣ ଏବଂ ୮୮ ଜଣ ଉଲ୍ଲେଖନୀୟ ସେବା ପାଇଁ ମନୋନୀତ ହୋଇଛନ୍ତି । ସେହିପରି ୧୮୯ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପୁରସ୍କୃତ କରାଯିବ । ଓଡ଼ିଶାରୁ ୨୨ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା ପାଇଁ ଏବଂ ୯ ଜଣଙ୍କୁ ସାହସିକତା ଲାଗି ମନୋନୀତ କରାଯାଇଛି । ସେହିପରି ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟରୁ ୨ ଜଣ ରାଷ୍ଟ୍ରପତି ପଦକ ଲାଗି ମନୋନୀତ ହୋଇଛନ୍ତି ।

ସେହିପରି ସାହସିକତା ମେଡାଲ ପାଇବାକୁ ମନୋନୀତ ହୋଇଥିବା ୧୮୯ ଜଣଙ୍କ ମଧ୍ୟରୁ ୧୩୪ ଜଣ ଜମ୍ମୁ-କଶ୍ମୀରରେ ନିଜର ପରାକ୍ରମ ଦେଖାଇଛନ୍ତି । ନକ୍ସଲଙ୍କ ବିରୋଧରେ ଅପରେସନ କରୁଥିବା ୪୭ ଓ ଉତ୍ତର-ପୂର୍ବ ରିଜନରେ ବୀରତା ଦେଖାଇଥିବା ଜଣେ କର୍ମଚାରୀଙ୍କୁ ସାହସିକତା ପଦକ ମିଳିବ ।  ଜମ୍ମୁ-କଶ୍ମୀର ପୋଲିସ୍‌ର ସର୍ବାଧିକ ୧୧୫ ଜଣଙ୍କୁ ସାହସିକତା ପାଇଁ ପୁରସ୍କାର ମିଳିବ। ୧୫ ଜଣଙ୍କୁ ଉତ୍କୃଷ୍ଟ ସେବା ଓ ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ ।

ଏହାସହ ସିଆରପିଏଫର ୩୦ ଜଣ, ଆଇଟିବିପର ୩ ଜଣ, ବିଏସ୍ଏଫର ୨ ଜଣ, ସଶସ୍ତ୍ର ସୀମା ବଳର ୩ ଜଣ, ଛତିଶଗଡ଼ ପୁଲିସ୍‌ର ୧୦ ଜଣ, ଓଡ଼ିଶାର ୯ ଜଣ, ଦିଲ୍ଲୀର ୩ ଜଣ, ଝାରଖଣ୍ଡର ୨ ଜଣ, ମଧ୍ୟପ୍ରଦେଶର ୩ ଜଣ, ମଣିପୁରର ଜଣେ, ଉତ୍ତର ପ୍ରଦେଶର ଜଣେ ଓ ମହାରାଷ୍ଟ୍ର ପୁଲିସ୍‌ର ୭ ଜଣଙ୍କୁ ସାହସିକତା ପାଇଁ ମେଡାଲ ପ୍ରଦାନ କରାଯିବ ।