Advertisment

୭୭ ବର୍ଷ ବୃଦ୍ଧଙ୍କ ପ୍ରେମରେ ଉବୁଟୁବୁ ୨୦ ବର୍ଷୀୟ ଯୁବତୀ

ପ୍ରେମ ପାଖରେ ନା ଦେଖାଯାଏ ଜାତି, ବର୍ଣ୍ଣ ନା କୌଣସି ବୟସ। ପ୍ରେମ କେବଳ ଦେଖେ ଏକ ସତ୍‌ ହୃଦୟ ଓ ଏକ ସୁଦ୍ଧ ମନ। ଏହା ବାସ୍ତବରେ ସତ କରି ଦେଖେଇଛନ୍ତି ଏହି ପ୍ରେମୀ ଯୁଗଳ।

author-image
Pramod Behera
20 year old girl loves 77 year man

20 year old girl loves 77 year man

ପ୍ରସିଦ୍ଧ ଗାୟକ ଜଗଜୀତ ସିଂହଙ୍କ ଏକ ଲୋକପ୍ରିୟ ଗୀତ ମନେପଡିଯାଏ, “ନା ଉମ୍ର କୀ ସୀମା ହୋ, ନା ଜନ୍ମ କା ହୋ ବନ୍ଧନ୍‌; ଜବ ପ୍ୟାର୍ କରେ କୋଇ ତୋ ଦେଖେ କେବଲ୍ ମନ୍।” ଏହାର ଅର୍ଥ ହେଉଛି ପ୍ରେମରେ ସାମ୍ନାରେ ନା କୌଣସି ବୟସ, ନା ଦୂରତା ନା କୌଣସି ଧର୍ମ କି ସମୁଦାୟକୁ ଦେଖାଯାଏ।

Advertisment

ଯେତେବେଳେ ଦୁଇଟି ହୃଦୟ ପରସ୍ପରକୁ ପ୍ରେମ କରି ବସେ ଯେତେବେଳେ କେବଳ ଦୁଇ ମନ ଛଡା ଆଉ କିଛି ଦେଖାଯାଏ ନାହିଁ। ଏଭଳି ଏକ ବାସ୍ତବ ଘଟଣା ମ୍ୟାମାରରୁ ଆସିଛି। ଜଣେ ୨୦ ବର୍ଷୀୟ ମହିଳା ଯାହାଙ୍କ ପ୍ରେମରେ ପଡିଛନ୍ତି ତାଙ୍କୁ ୩୦ କି ୪୦ ବର୍ଷ ନୁହେଁ, ସେ ହେଉଛନ୍ତି ଜଣେ ୭୭ ବର୍ଷର ବୃଦ୍ଧ।

ଏହି ଯୁବତୀ ଜଣକ ହେଲେ ଜୋ, ଯିଏ ଜଣେ ଛାତ୍ରୀ। ଇଂଲଣ୍ଡର ମ୍ୟୁଜିକ୍ ପ୍ରଡ୍ୟୁସର ଡେଭିଡ୍‌ଙ୍କ ପ୍ରେମରେ ପଡିଛନ୍ତି ଏହି ଯୁବତୀ ଜଣଙ୍କ। ଡେଭିଡଙ୍କୁ ବର୍ତ୍ତମାନ ୭୭ ବର୍ଷ ହୋଇଥିବା ବେଳେ ତାଙ୍କର କୌଣସି ସନ୍ତାନ ନାହାନ୍ତି। ଏହି ଯୋଡି ଦୀର୍ଘ ୧୮ ମାସ ହେବ ସମ୍ପର୍କରେ ଥିଲେ ମଧ୍ୟ ସେମାନେ ପ୍ରେମିକ ପ୍ରେମିକା ବୋଲି ସ୍ୱୀକାର କରୁ ନାହାନ୍ତି। ପ୍ରେମାନେ ପରସ୍ପରଙ୍କୁ ଭଲ ସାଙ୍ଗ ଇ ଜୀବନସାଥୀ ବୋଲି ଭାବୁଛନ୍ତି।

Advertisment

ଜୋ ଆଉ ଡେଭିଡ୍‌ଙ୍କ ମିଳନ ୧୮ ମାସ ପୂର୍ବରୁ ଏକ ଡେଟିଂ ସାଇଟ୍‌ରୁ ହୋଇଥିଲା। ସେତେବେଳେ ଜୋ ଏକ ମେଣ୍ଟରର ଖୋଜ୍‌ରେ ଥିଲେ। ସେ ଚାହୁଁଥିଲେ ତାଙ୍କୁ ଏଭଳି ଜଣେ ବ୍ୟକ୍ତି ମିଳୁ ଯିଏ ତାଙ୍କୁ ପାଠ ପଢାରେ ଓ ଆର୍ଥିକ ରୂପରେ ସାହାଯ୍ୟ କରିବ। ଏହି ସମୟରେ ତାଙ୍କୁ ଡେଭିଡ୍ ମିଳି ଯାଆନ୍ତି।

ଡେଭିଡ୍ କୁହନ୍ତି ଯେ ସେ ନିଜେ ତାଙ୍କ ହୃଦୟକୁ ସବୁବେଳେ ଯୁବକ ବୋଲି ଭାବୁଥିଲେ। ଏନେଇ ସେ ୫୦ ବର୍ଷରୁ କମ ବୟସର ମହିଳାଙ୍କ ସହ ସମ୍ବନ୍ଧ ରଖିବା ନେଇ ଚାହୁଁଥିଲେ। ସେହିପରି ଜୋ ମଧ୍ୟ ତାଙ୍କ ଡେସ୍କ୍ରିପ୍‌ସନ୍‌ରେ ୟୁକେରେ ପଢୁଥିବା କଥା କହିଥିଲେ କିନ୍ତୁ ସେ ମ୍ୟାମାରରେ ରହୁଥିଲେ। ବ୍ରିଟେନରେ ନିଜ ସାଥୀ ଖୋଜିବା ନେଇ ସେ ଏମିତି ମିଛ କହିଥିଲେ।

20 year old girl loves 77 year man୭୭ ବର୍ଷ ବୃଦ୍ଧଙ୍କ ପ୍ରେମରେ ଉବୁଟୁବୁ ୨୦ ବର୍ଷୀୟ ଯୁବତୀ

ଜୋ ଆଉ ଡେଭିଡ୍ ପ୍ରଥମରୁ ଅନେକ ଯୌନ ସମ୍ବନ୍ଧୀୟ କଥାବାର୍ତ୍ତା କରୁଥିଲେ। କିନ୍ତୁ ପରେ ସେମାନେ ଧୀରେ ଧୀରେ ଭାବନାତ୍ମକ ଭାବେ ଜଡିତ ହୋଇଗଲେ। ସେତେବେଲେ ହିଁ ଜୋ ତାଙ୍କୁ କହିଥିଲେ ଯେ ସେ ମ୍ୟାମାରରେ ରହୁଛନ୍ତି ବୋଲି। ତେବେ ଏହା ଶୁଣି ଡେଭିଡ ଆଶ୍ଚର୍ଯ୍ୟ ହୋଇ ନ ଥିଲେ। ବର୍ତ୍ତମାନ ଡେଭିଡ୍ ବହୁର ଖୁସି ଯେ ସେ ଜୋଙ୍କର ମେଣ୍ଟର ହେବା ସହ ବର୍ତ୍ତମାନ ଜୀବନସାଥୀ ହେବାକୁ ଯାଉଛନ୍ତି।

ଉଭୟ ବିବାହ କରିବାକୁ ରାଜି ଅଛନ୍ତି। ଯେତେବେଳେ ଜୋଙ୍କର ପାସପୋର୍ଟ ହେଇଯିବ ଓ ଭିଜା ମିଳିଯିବ ସେ ଡେଭିଡଙ୍କୁ ଭେଟିବା ନେଇ ବ୍ରିଟେନ୍ ଆସିବେ ଓ ବିବାହ କରିବେ। ସେମାନେ ପରସ୍ପରଙ୍କ ପ୍ରତି ବହୁତ ଯତ୍ନଶୀଳ, ଏନେଇ ସେମାନଙ୍କ ମଧ୍ୟରେ ସଂପର୍କ ଗଭୀର ହେବାରେ ଲାଗିଛି। ସେମାନଙ୍କ ମଧ୍ୟରେ ୫୭ ବର୍ଷର ବୟସ ବ୍ୟବଧାନ ଥିଲେ ମଧ୍ୟ ସେମାନଙ୍କୁ କୌଣସି ଫରକ ପଡେ ନାହିଁ।

Ajab Gajab
Advertisment
Advertisment