/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658052968.jpg)
tourists stranded in Nagabali
ଟାପୁରେ ଫସିଲା ଜୀବନ। ରାୟଗଡ଼ା ନାଗାବଳୀ ନଦୀ ମଝିରେ ଫସି ରହିଥିଲେ ୨ ପର୍ଯ୍ୟଟକ। ଉଭୟ ପର୍ଯ୍ୟଟକ କାଶୀପୁର ବ୍ଲକ ପୋଡାପାଡ଼ି ଅଞ୍ଚଳର। ରାୟଗଡ଼ା ନିକଟ ଝୁଲାପୋଲ ନିକଟରେ ହଠାତ୍ ପାଣି ଆସିଯିବାରୁ ପର୍ଯ୍ୟଟକ ଦୁଇଜଣ ଫସିରହିଥିଲେ। ନଦୀ ମଝିରେ ଥିବା ଏକ ପଥର ଉପରେ ଉଭୟ ପର୍ଯ୍ୟଟକ ଫସିରହିଥିଲେ। ନଦୀରେ ବନ୍ୟାପାଣି ବୃଦ୍ଧି ପାଉଥିବାବାରୁ ଆଶଙ୍କା ବଢିଥିଲା। ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଥିଲେ। ୩ ଘଣ୍ଟାର ଅପରେସନ୍ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା।
Advertisment
ବୁଲିବାକୁ ଆସିଥିଲେ ପର୍ଯ୍ୟଟକ: ହଠାତ୍ ମାଡ଼ି ଆସିଲା ବନ୍ୟା ପାଣି...ଦେଖନ୍ତୁ ତାହା ପରେ ହେଲା କଣ#Rayagada#Odisha#OTVpic.twitter.com/v6wsAJagTE
— ଓଟିଭି (@otvkhabar) July 17, 2022
ସେଠାରେ ପଥର ଅଞ୍ଚଳର ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଦେଖାଦେଇଥିଲା। ତେବେ ଉଦ୍ଧାର କାର୍ଯ୍ୟକୁ ଦେଖିବା ପାଇଁ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)