/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664000232.jpg)
2 newborns die due to alleged medical negligence at Bhadrak Hospital
ଡାକ୍ତରଙ୍କ ଅବହେଳା ଯୋଗୁ ୨ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଡାକ୍ତର ଡ୍ୟୁଟି ସମୟରେ ଶୋଇଥିଲେ ଏବଂ ଯେତେ ଡାକିଥିଲେ ବି ଉଠି ନଥିଲେ। ଫଳରେ ନର୍ସ ପ୍ରସବ କରାଇଥିଲେ। ଫଳରେ ଚିକିତ୍ସାରେ ଅବହେଳା ଯୋଗୁ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏଭଳିି ସଙ୍ଗୀନ ଅଭିଯୋଗ ଆସିଛି।
ସୂଚନା ଅନୁସାରେ, ଗତ ଗୁରୁବାର ଦିନ ବହଡ଼ିହ ଗାଁର ମାନୀ ଦାସଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ପ୍ରସୂତି ବିଭାଗ ଡାକ୍ତର ନଥିବାରୁ ନର୍ସ ପ୍ରସବ କରାଇଥିଲେ। ପ୍ରଥମେ ଏକ ମୃତ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ୩ ଘଣ୍ଟା ପରେ ଡାକ୍ତର ଆସି ମାନୀଙ୍କ ଆଉ ଥରେ ପ୍ରସବ କରାଇଥିଲେ। ତେବେ ଜନ୍ମର କିଛି ସମୟ ପରେ ସେହି ଶିଶୁଟିର ମଧ୍ୟ ମୃତ୍ୟୁ ହୋଇଥିଲା।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ସବୁ ରିପୋର୍ଟ ଠିକ୍ ଥିଲା। ଡାକ୍ତରଙ୍କ ଅବହେଳା ଯୋଗୁ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ମାନୀଙ୍କ ସ୍ୱାମୀ କହିଛନ୍ତି। ଡାକ୍ତର ଡ୍ୟୁଟି ସମୟରେ ଶୋଇଥିଲେ ଏବଂ ଯେତେ ଡାକିଥିଲେ ବି ଉଠି ନଥିଲେ। ଫଳରେ ନର୍ସ ପ୍ରସବ କରାଇଥିଲେ। ଆଉ ୩ ଘଣ୍ଟା ପରେ ଡାକ୍ତର ଆସି ଆଉ ଥରେ ପ୍ରସବ କରାଇଥିଲେ। ତେଣୁ ଡାକ୍ତରଙ୍କ ଅବହେଳା ଯୋଗୁ ହିଁ ୨ ଶିଶୁଙ୍କ ମୃତ୍ୟୁ ଘଟିଛି।
ଅନ୍ୟପକ୍ଷେ, ଖବର ଲେଖାଯିବା ସୁଦ୍ଧା ଘଟଣାକୁ ନେଇ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସେପଟେ ଘଟଣାର ତଦନ୍ତ କରାଯିବ ବୋଲି ଭଦ୍ରକ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ କହିଛନ୍ତି। ଯଦି ପିଲାର ଓଜନ କମ୍ ଥିଲା ତା’ହେଲେ ଏମିତି ହୋଇଥାଇପାରେ ବୋଲି ସେ କହିଛନ୍ତି।
ସୂଚନାଥାଉ କି, ଅନେକ ସମୟରେ ସରକାରୀ ଡାକ୍ତରଖାନାରେ ଡାକ୍ତର ହେଉ କିମ୍ବା ମେଡିକାଲ୍ କର୍ମଚାରୀଙ୍କ ଅବହେଳା ଯୋଗୁ ଅକାଳରେ ଅନେକ ଜୀବନ ଚାଲି ଯାଉଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।
(ରିପୋର୍ଟ-ବାସୁଦେବ ଦାସ, ଚାନ୍ଦବାଲି)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)