• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବଜ୍ରପାତରେ ଚାଲିଗଲା ୨ ଜୀବନ । ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୨ ଜଣଙ୍କ ମୃତ ହୋଇଥିବାବେଳେ ୩ ଗୁରୁତର ହୋଇଛନ୍ତି । ଚିଲିକା ବ୍ଲକ ନଈରୀ ମାଛ ଜେଟି ନିକଟରେ ବଜ୍ରପାତରେ ଜଣେ ମୃତ ହୋଇଛି । ସେହିପରି ଆନନ୍ଦପୁର ପଣସଡିହାରେ ମଧ୍ୟ ବଜ୍ରାଘାତରେ ଜଣଙ୍କ ମୃତ ହୋଇଥିବାବେଳେ ୨ ଗୁରୁତର ହୋଇଥିବା ସୂଚନା ମିଳିଛି ।

ଆଜି ସକାଳୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ରାଜ୍ୟର ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବାଲେଶ୍ୱର ଭଳି ଏକାଧିକ ସହରରେ ବର୍ଷା ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, କାଳବୈଶାଖୀ ପ୍ରଭାବ ଦ୍ୱାରା ରାଜ୍ୟରେ ବର୍ଷା ହେଉଛି । ଗତ କିଛି ଦିନ ହେବ ରାଜ୍ୟରେ ଗ୍ରାଷ୍ମ ପ୍ରଭାବ ଦେଖିବାକୁ ମିଳିଥିବାବେଳେ ଆଜି ବର୍ଷା ପାଗ ରହିଥିବାରୁ ଜନସାଧାରଣଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଫଳରେ ତାତିରେ ଆଉଟୁପାଉଟୁ ହେଉଥିବା ସମୟରେ ଖରା ଦାଉରୁ କିଛିଟା ତ୍ରାହି ମିଳିପାରିଛି ।