/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675518364.jpg)
pipeline explosion
ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଅଘଟଣ l ଗ୍ୟାସ ପାଇପ ନିର୍ମାଣ ବେଳେ ବଡ଼ ଧରଣର ବିସ୍ପୋରଣ ଘଟିଛି । ଫଳରେ କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଅଘଟଣରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଗେଲ ଇଣ୍ଡିଆ ପକ୍ଷରୁ ସୁନାଲଟି ନିକଟରେ ଗ୍ୟାସ ପାଇପ ଲାଇନ ନିର୍ମାଣ ଚାଲିଥିବା ବେଳେ ଆଜି କମ୍ପ୍ରେସର ଯୋଗେ ସେଗୁଡିକୁ ସଫା କରାଯାଉଥିଲା l ଅଚାନକ କମ୍ପ୍ରେସର ବିସ୍ପୋରଣରେ ୨ ଶ୍ରମିକ ଭିତରେ ଚାପି ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ବାହାରକୁ ଛିଟିକି ପଡ଼ିଥିଲେ l ଦୁର୍ଘଟଣା ପରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ l
ମୃତକ ୨ ଜଣ ହେଲେ ସୋନୁ ଓ ବିଜୟ ଗାଙ୍ଗୁଲି l ଘର ମହାରାଷ୍ଟ୍ରରେ l ଆହତମାନେ ମଧ୍ୟ ବାହାର ରାଜ୍ୟର ହୋଇଥିବା ସୂଚନା ମିଳିଛି l ଏକ ଘରୋଇ କମ୍ପାନୀ ପକ୍ଷରୁ ରାଜ୍ୟ ବାହାରର ଶ୍ରମିକଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ଇଟାମାଟି ପୋଲିସ ଘଟଣାର ତଦନ୍ତ କରୁଛି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)