Advertisment

ଡାକ୍ତରଙ୍କ ମା’ଙ୍କୁ ଚୂନା ଲଗାଇଲେ...ପୁଅ-ବୋହୂଙ୍କୁ ମୁକୁଳାଇବାକୁ କହି ୧୭ଲକ୍ଷ ଠକେଇ

ଡାକ୍ତର ପୁଣ୍ୟଶ୍ଲୋକଙ୍କ ମାଆଙ୍କୁ ୨୦ ଲକ୍ଷ ଟଙ୍କା ଯୋଗାଡ କରିବାକୁ କହିଥିଲେ ପଡୋଶୀ ସମ୍ବିତ ସାମଲ । ଥାନା ଓ କୋର୍ଟରେ ଖର୍ଚ୍ଚ କରି ତାଙ୍କ ପୁଅ ଓ ବୋହୂଙ୍କୁ ଗିରଫଦାରୀରୁ ବଞ୍ଚେଇ ଦେବେ କହି ୧୭ ଲକ୍ଷ ଟଙ୍କା ନେଇଥିଲେ।

ଅଦ୍ୟତନ ହୋଇଛି
Health dept raids Doctor Dr Punyasloka Das residence

17 Lakh fraud

Advertisment

ଡାକ୍ତରଙ୍କ ମାଆଙ୍କଠାରୁ ୧୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ପୋଲିସ ଗିରଫ ଏଡ଼ାଇବା ପାଇଁ କହି ପଡୋଶୀ ଠକିନେଲେ ଟଙ୍କା। ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ଗତ ଶୁକ୍ରବାର ପୋଲିସ ଡାକ୍ତର ପୁଣ୍ୟଶ୍ଳୋକ ମିଶ୍ର ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା।  ପରେ ଡାକ୍ତରଙ୍କ ପଡୋଶୀ ସମ୍ବିତ ସାମଲ ପୁଣ୍ୟଶ୍ଲୋକଙ୍କ ମାଆଙ୍କ ପାଖକୁ ଆସିଥିଲେ। ମାମଲା ରଫାଦଫା କରିଦେବେ ବୋଲି ପ୍ରବର୍ତ୍ତାଇଥିଲେ।

Advertisment

ଡାକ୍ତର ପୁଣ୍ୟଶ୍ଲୋକଙ୍କ ମାଆଙ୍କୁ ୨୦ ଲକ୍ଷ ଟଙ୍କା ଯୋଗାଡ କରିବାକୁ କହିଥିଲେ ପଡୋଶୀ ସମ୍ବିତ ସାମଲ । ଥାନା ଓ କୋର୍ଟରେ ଖର୍ଚ୍ଚ କରି ତାଙ୍କ ପୁଅ ଓ ବୋହୂଙ୍କୁ ଗିରଫଦାରୀରୁ ବଞ୍ଚେଇ ଦେବେ ବୋଲି କହି ୧୭ ଲକ୍ଷ ଟଙ୍କା ନେଇଥିଲେ। ତେବେ ଡାକ୍ତର ଓ ତାଙ୍କ ପତ୍ନୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ପରେ ଡାକ୍ତରଙ୍କ ମାଆ ଟଙ୍କା ଫେରାଇବାକୁ କହିଥିଲେ। 

ତେବେ ପଡୋଶୀ ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ଡାକ୍ତରଙ୍କ ମାଆ ଯଶୋଦା ଦାସ୍ କଟକ ମଙ୍ଗଳାବାଗ ଥାନାର ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତକୁ ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ ବୋଲି କହିଛନ୍ତି କଟକ ଆଡିସନାଲ ଡିସିପି।

Advertisment
Doctors Fraud Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ