Advertisment

ମାତ୍ର ୧୬ ବର୍ଷରେ ଭାରତ ପାଇଁ ଗର୍ବ ଆଣିଲେ ପ୍ରଗାନାନନ୍ଦା

ଭାରତର ଆର୍‌ ପ୍ରଗାନାନନ୍ଦା ଚେସ୍ ଇତିହାସକୁ ଓଲଟେଇ ଦେଇଛନ୍ତି। ବିଶ୍ୱ ଚାମ୍ପିଅନ୍ ମାଗ୍ନସ କାର୍ଳସନଙ୍କୁ ପରାସ୍ତ କରି ସେ ନୂଆ ମୋଡ ଦେଇଛନ୍ତି। ଏନେଇ ତାଙ୍କ ପାଇଁ ଛୁଟିଛି ପ୍ରଶଂସାର ସୁଅ।

author-image
Pramod Behera
16 year Pragananda created history in the world of chess

16 year Pragananda created history in the world of chess

ବିଶ୍ୱ ଚାମ୍ପିଅନ୍ ମାଗ୍ନସ କାର୍ଳସନଙ୍କୁ ପରାସ୍ତ କରି ଚେସ୍ ଇତିହାସରେ ଭାରତର ଆର୍‌ ପ୍ରଗାନାନନ୍ଦା (୧୬) ଏକ ବଡ ପରିବର୍ତ୍ତନ ସୃଷ୍ଟି କରିଛନ୍ତି। ୟରଥିଙ୍ଗ୍ସ ମାଷ୍ଟର୍ସର ଅଷ୍ଟମ ରାଉଣ୍ଡରେ ସେ ଏହି ସଫଳତା ହାସଲ କରିଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଆସିବା ପରେ ଅନେକ ପ୍ରତିକ୍ରିୟା ପାଇବାରେ ଲାଗିଛି।

Advertisment

କ୍ରିକେଟ୍‌ର ଦେବତା କୁହାଯାଉଥିବା ସଚିବ ତେନ୍ଦୁଲକର ମଧ୍ୟ ଖୁସି ହୋଇ ତାଙ୍କୁ ପ୍ରଶଂସା କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ୍‌ରେ କାର୍ଲସେନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା ଏବଂ ସେ ୫ମ ସ୍ଥାନରେ ରହିଛନ୍ତି। ପୂରା ସୋସିଆଲ ମିଡିଆରେ ପ୍ରଗାନାନନ୍ଦାଙ୍କ ପ୍ରଶଂସା ଛାଇ ଯାଇଛି। ଏତେ କମ ବୟସରେ ବିଶ୍ୱ ଚାମ୍ପିୟନକୁ ପରାସ୍ତ କରିବା କୌଣସି ଛୋଟ କଥା ନୁହେଁ।

ସଚିନ ତେନ୍ଦୁଲକର ମଧ୍ୟ ପ୍ରଗାନାନନ୍ଦାଙ୍କ ବିଜୟକୁ ପ୍ରଶଂସା କରିଛନ୍ତି। ସେ ପ୍ରଗାନାନନ୍ଦାଙ୍କ ଏକ ଫଟୋକୁ ପୋଷ୍ଟ୍ କରି ଟ୍ୱିଟ୍ କରି କହିଛନ୍ତି ଯେ “ପ୍ରାଗ୍ ଏକ ଆଶ୍ଚର୍ଯ୍ୟଜନକ ଅନୁଭବ ଦେଇଛନ୍ତି। ୧୬ ବର୍ଷ ବୟସ୍କ ଏହି ଖେଳାଳୀ ଜଣେ ଅଭିଜ୍ଞ ତଥା ଉଜ୍ଜ୍ୱଳ ଖେଳାଳି ମ୍ୟାଗ୍ନେସ୍ କାର୍ଲସେନ୍‌ଙ୍କୁ ପରାସ୍ତ କରିଛନ୍ତି। ଏହା ନିଶ୍ଚିତ ଏକ ଚମତ୍କାର। ଚେସ୍‌ରେ ସେ ବହୁ ଆଗକୁ ଯିବା ପାଇଁ ତାଙ୍କୁ ମୁଁ ଶୁଭକାମନା ଜଣାଉଛି। ତୁମେ ଭାରତକୁ ଗର୍ବିତ ଅନୁଭବ କରେଇଛ।”

Advertisment

ସଚିନ ତେନ୍ଦୁଲକରଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଟୁଇଟ୍ ଖୁବ୍ ଜୋର୍‌ରେ ଭାଇରାଲ୍ ହେବାରେ ଲାଗିଛି। ଖବର ଲେଖା ହେବା ଭିତରେ ଏହି ଟୁଇଟ୍‌କୁ ୯୪ ହଜାରରୁ ଅଧିକ ଲୋକ ପସନ୍ଦ କରିସାରିଥିଲେ। ଖାଲି ସେତିକି ନୁହେଁ ଏହି ପୋଷ୍ଟ୍‌କୁ ଅନେକ ଲୋକ ମଧ୍ୟ ରିଟ୍ୱିଟ୍‌ କରୁଥିବା ଦେଖାଯାଏ।

Indian Talent
Advertisment
Advertisment