• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୭୬ତମ ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରାଯାଇଛି ପୋଲିସ ସେବା ମେଡାଲ  । ପୋଲିସ ସେବା ମେଡାଲ ଲାଗି ଓଡ଼ିଶାର ୧୫ ଜଣଙ୍କ ନାଁ ଘୋଷଣା କରାଯାଇଛି । ଚଳିତ ଥର ଓଡ଼ିଶାରୁ ଦୁଇ ଜଣେ ସାହାସିକତା ପାଇଁ ପୋଲିସ ମେଡାଲ ପାଇବାକୁ ଯାଉଛନ୍ତି । ସେମାନେ ହେଲେ କମାଣ୍ଡୋ କୁମାର କର୍ମୀ ଓ ପୀତବାସ ପାଣ୍ଡେ । ସେହିଭଳି ଉଲ୍ଲେଖନୀୟ ସେବା ଲାଗି ଦୁଇ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ ।

ରାଷ୍ଟ୍ରପତି ପଦକ ପାଇବେ ଭୁବନେଶ୍ୱର-କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଓଡ଼ିଶା ପୋଲିସର ସିକ୍ୟୁରିଟ ଓ୍ୱିଙ୍ଗ ଏସପି ସରୋଜ ମହାପାତ୍ର । ଆଉ ୧୧ ଜଣଙ୍କୁ ବିଶିଷ୍ଟ ସେବା ପଦକ ମିଳିବ । ଆଜି ଘୋଷଣା ହୋଇଥିବା ଏହି ପଦକ ଆସନ୍ତା ସାଧାରଣତନ୍ତ୍ର ଦିବସରେ ପ୍ରଦାନ କରାଯିବ ।

ସେହିଭଳି ଓଡ଼ିଶାର ୩ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀଙ୍କୁ ମିଳିବ । ଫାୟାର ସର୍ଭିସ ମେଡାଲ ସେମାନେ ହେଲେ ଫାୟାର ଅଫିସର ପ୍ରଶାନ୍ତ କୁମାର ଦାଶ, ମୁଖ୍ୟ ଫାୟାରମ୍ୟାନ ବିଜୟ ଚନ୍ଦ୍ର ପାତ୍ର ଓ ହାବିଲଦାର ସର୍ବେଶ୍ୱର ମିଶ୍ର ।