Advertisment

ନିର୍ଦ୍ଦୟ ମଣିଷ: ସେଠି ଘରୁ ତଡ଼ିଦେଲା...ଏଠି ମୁହଁ, ଗୋଡ଼ ବାନ୍ଧି ଛାଡ଼ିଦେଲା

ମୁହଁ, ଗୋଡ଼ ବନ୍ଧା ଅବସ୍ଥାରେ ୧୨ଟି ବୁଲା କୁକୁରଙ୍କୁ ଜଣେ ପଶୁପ୍ରେମୀ ଉଦ୍ଧାର କରିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ୧୨ଟି ବୁଲା କୁକୁରଙ୍କୁ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସଦସ୍ୟ ଉଦ୍ଧାର କରିଛନ୍ତି।

ଅଦ୍ୟତନ ହୋଇଛି
Dog Rescued

12 Dogs Rescued From Berhampur University Hostel

Advertisment

ଆଜିର ଏହି ସ୍ୱାର୍ଥପର ଦୁନିଆରେ ମଣିଷ ନିଜର ସ୍ୱାର୍ଥ ହାସଲ ପାଇଁ କିଛି ବି କରିବାକୁ ପଛାଉ ନାହିଁ। ଆଉ ସ୍ୱାର୍ଥ ସରିଗଲା ପରେ ମୁହଁ ବୁଲାଇ ଦେଉଛି। କେତେବେଳେ ନିରୀହ ପ୍ରାଣୀଙ୍କ ଉପରେ ନିର୍ଯାତନା ତ ଆଉ କେତେବେଳେ ସେମାନଙ୍କ ହାତ, ଗୋଡ଼ ବାନ୍ଧି ରାସ୍ତାକଡ଼ରେ ଫିଙ୍ଗି ଦିଆଯାଉଛି। ଏପରିକି ସେମାନଙ୍କ ଉପରେ ଗାଡ଼ି ମଧ୍ୟ ଚଢ଼ାଇ ଦିଆଯାଉଛି। ମଣିଷ ଏତେ ନିଷ୍ଠୁର,ନୃଶଂସ ହୋଇଯାଉଛି ଯେ, ଦିନକୁ ଦିନ ନିରୀହ ପ୍ରାଣୀଙ୍କ ଉପରେ ଏଭଳି ବର୍ବରତା ବଢ଼ିବାରେ ଲାଗିଛି। ଏମିତି କିଛି ଦୃଶ୍ୟ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଦେଖିବାକୁ ମିଳିଛି। ତା’ବି ପୁଣି ଶିକ୍ଷାର ମନ୍ଦିରରେ।

Advertisment

ମୁହଁ, ଗୋଡ଼ ବନ୍ଧା ଅବସ୍ଥାରେ ୧୨ଟି ବୁଲା କୁକୁରଙ୍କୁ ଜଣେ ପଶୁପ୍ରେମୀ ଉଦ୍ଧାର କରିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ୧୨ଟି ବୁଲା କୁକୁରଙ୍କୁ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସଦସ୍ୟ ଉଦ୍ଧାର କରିଛନ୍ତି। ଆଜି ଯଦି ନିରୀହ କୁକୁର କଥା କହିପାରୁଥାଆନ୍ତା ତା’ହାଲେ ଏମିତି ବୋଧହୁଏ ହୋଇନଥାନ୍ତା।

ସୂଚନା ଅନୁସାରେ, କିଛି ଦିନ ହେବ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପରିସରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢିଚାଲିଥିଲା। ଏହାକୁ ରୋକିବା ଲାଗି ବିଶ୍ୱବିଦ୍ୟାଳୟର କେତେକ କର୍ମଚାରୀ କୁକୁରକୁ ଧରିବା ସହ ସେମାନଙ୍କ ମୁହଁ ଓ ଗୋଡ ବାନ୍ଧି ରଖିଥିଲେ। ପ୍ରାୟ ୧୨ଟି ବୁଲା କୁକୁରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ଏହି ଯୋଜନା ହୋଇଥିଲା।  ଏନେଇ ଖବର ପାଇବା ପରେ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସଦସ୍ୟ ମୁହଁ, ଗୋଡ଼ ବନ୍ଧା ଅବସ୍ଥାରେ ୧୨ଟି ବୁଲା କୁକୁରଙ୍କୁ ଉଦ୍ଧାର କରିଥିଲେ। ବ୍ରହ୍ମପୁର ଏସ୍‌ପିଙ୍କ ସହ ଯୋଗାଯୋଗ କରି ଏନେଇ ଲିଖିତ ଅଭିଯୋଗ କରିବ ବୋଲି ଜୀବ ସୁରକ୍ଷା ସଂଘର ସଦସ୍ୟ କହିଛନ୍ତି।  

Advertisment

ସୂଚନାଥାଉ କି, ଅନ୍ୟ ଏକ ଘଟଣାରେ ପୋଷା କୁକୁରର ଦେହ ଖରାପ ହେବା ପରେ ତା ମାଲିକ ତାକୁ ରାସ୍ତାକଡ଼ରେ ଛାଡି ଦେଇ ଚାଲି ଯାଇଥିଲା।  ଯାହାକୁ ନେଇ କିଛିଦିନ ପୂର୍ବେ ଚର୍ଚ୍ଚା ଜୋର ଧରିଥିଲା। କଟକ ନୂଆପଡା ପ୍ରେସ୍‌ କଲୋନୀ ‌ଅଞ୍ଚଳରେ ଏହି ଘଟଣା ଘଟିଥିଲା। କୁକୁରଟିର ଅବସ୍ଥା ଏମିତି ଥିଲା ଯେ ସେ ଠିକ୍‌ରେ ବି ଚାଲିପାରୁନଥିଲା । ଗୋଟିଏ ଜାଗାରେ ବସି ରହି ଲୁହ ଗଡାଉଥିଲା । ମନେ ମନେ ମାଲିକକୁ ଖୋଜୁଥିଲା।

Berhampur University Dog Rescued
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ