Advertisment

ମାଇକ୍ରୋବସ୍‌କୁ ଧକ୍କା ଦେଲା ଟ୍ରେନ୍‌; ୧୧ ମୃତ, ୫ ଆହତ

ରେଲ୍‌ୱେ କ୍ରସିଙ୍ଗ୍‌ରେ ଦୁର୍ଘଟଣା...୧୧ ମୃତ, ୫ ଆହତ...

author-image
Otv Khabar Bureau
ଅଦ୍ୟତନ ହୋଇଛି
11 Killed, Several Injured After Train Hits Microbus in Bangladesh's Chattogram

11 Killed, Several Injured After Train Hits Microbus in Bangladesh's Chattogram

ବାଂଲାଦେଶ ରେଲ୍‌ୱେ କ୍ରସିଙ୍ଗ୍‌ରେ ମାଇକ୍ରୋବସ୍‌କୁ ଧକ୍କା ଦେଲା ଟ୍ରେନ୍‌ । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବାଳେ ୫ ଜଣ ଆହତ ହୋଇଥିବା ଜଣାପଡିଛି । ମାଇକ୍ରୋବସ୍‌ରେ ଥିବା ୯ଜଣ ଯାତ୍ରୀଙ୍କ ପରିଚୟ ମିଳିଛି। ମୃତକମାନେ ଚଟ୍ଟଗ୍ରାମ ଜିଲ୍ଲା ଅନ୍ତର୍ଗତ ଅମନ୍‌ ବଜାର ଅଞ୍ଚଳରେ ଅବସ୍ଥିତ ‘ଆର୍‌ ଆଣ୍ଡ୍‌ ଜେ ପ୍ଲସ୍’ କୋଚିଙ୍ଗ୍‌ ସେଣ୍ଟର୍‌ର ଛାତ୍ରଛାତ୍ରୀ ଓ ଶିକ୍ଷକ ହୋଇଥିବା ସୂଚନା ମିଳିଛି ।

Advertisment

ଗତକାଲି ବାଂଲାଦେଶର ଚଟ୍ଟଗ୍ରାମ ଜିଲ୍ଲାରେ ଥିବା ରେଲ୍‌ କ୍ରସିଙ୍ଗ୍‌ରେ ଗୋଟାଏ ଟ୍ରେନ୍‌ ଏକ ମାଇକ୍ରୋବସ୍‌ ଉପରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୧୧ଜଣ ବସ୍‌ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୫ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚଟ୍ଟଗ୍ରାମ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରଣ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁର୍ଘଟଣାର ତଦନ୍ତ ପାଇଁ ରେଳବାଇ କର୍ତ୍ତୃପକ୍ଷ ୫ଜଣିଆ ସଦସ୍ୟ ବିଶିଷ୍ଟ କମିଟି ମଧ୍ୟ ଗଠନ କରିଛନ୍ତି।

s

ଘଟଣାକୁ ନେଇ ହାଥଜାରି ଉପଜିଲ୍ଲା ନିର୍ବାହୀ ଅଧିକାରୀ ଶାହିଦୁଲ୍‌ ଆଲମ୍‌ କହିଛନ୍ତି, ଅପରାହ୍ଣ ପ୍ରାୟ ୧୨.୪୫ରେ ଉପରୋକ୍ତ ଦୁର୍ଘଟଣା ଘଟିଥିଲା। ଏହାସହ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଖୋଇୟାଚୋରା ଜଳପ୍ରପାତରୁ ବେଳେ ଢାକା ଅଭିମୁଖେ ଯାଉଥିବା ପ୍ରଭାତୀ ଏକ୍ସପ୍ରେସ୍‌ ଏକ ମାଇକ୍ରୋବସ୍‌କୁ ଧକ୍କା ଦେଇଥିଲା । ଯାହା ପ୍ରାୟ ଏକ କିଲୋମିଟର୍‌ ପର୍ଯ୍ୟନ୍ତ ଘୋଷାଡ଼ି ନେଇଯାଇଥିଲା। ।

Advertisment
Train Accident Bangladesh
Advertisment
Advertisment